ରାଜ୍ୟ ଦୌଡ଼କୁଦ ଆରମ୍ଭ: ଆ˚ଶିକାଙ୍କ କୀର୍ତ୍ତିମାନ

କଟକ: ବାରବାଟୀ ଷ୍ଟାଡିୟମରେ ଶୁକ୍ରବାରଠୁ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହୋଇଛି। ଓଡ଼ିଶା ଦୌଡ଼କୁଦ ସ˚ଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ପ୍ରଥମ ଦିନରେ ଅଲମ୍ପିଆନ୍‌ ଅନୁରାଧା ବିଶ୍ବାଳଙ୍କ ଝିଅ ଆଂଶିକା ବିଶ୍ବାଳ ବାଳିକା ସଟ୍‌ପୁଟରେ ନୂଆ କୀର୍ତ୍ତିମାନ କରିଛନ୍ତି। ୧୬ ବର୍ଷରୁ କମ୍‌ ବାଳିକା ସଟ୍‌ପୁଟରେ ଆଂଶିକା ୧୧.୮୨ ମିଟର ଫିଙ୍ଗିବା ସହ ସ୍ବର୍ଣ୍ଣ ପଦକ ପାଇଛନ୍ତି। ପୂର୍ବରୁ ଏହି କୀର୍ତ୍ତିମାନ ୧୦.୬୩ ମିଟର ରହିଥିଲା। ଏହି ଇଭେଣ୍ଟରେ ନେତ୍ରମଣୀ ସି˚ହ ୧୦.୬୨ ମିଟର ସହ ରୌପ୍ୟ ଓ ପି ଅର୍ପିତା ଅର୍ଚ୍ଚନା ସାହୁ ୧୦.୪୬ ମିଟର ସହ କା˚ସ୍ୟ ପଦକ ପାଇଛନ୍ତି। ଏହାଛଡ଼ା ଅଲମ୍ପିଆନ୍‌ ଦୂତି ଚାନ୍ଦ ମହିଳା ୧୦୦ ମିଟର ଦୌଡ଼ରେ ୧୨.୧ ସେକେଣ୍ତ ସହ ସ୍ବର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛନ୍ତି। ବୋନିତା ଲାକ୍ରା ୧୨.୫ ସେକେଣ୍ତ ସହ ଦ୍ବିତୀୟ ଓ ବିନତୀ ବେହେରା ୧୨.୯ ସେକେଣ୍ତ ସହ ତୃତୀୟ ସ୍ଥାନରେ ରହିଥିଲେ। ଅନ୍ୟ ଇଭେଣ୍ଟ ଗୁଡ଼ିକ ମଧ୍ୟରେ ୧୪ ବର୍ଷରୁ କମ୍‌ ବାଳକ ୧୦୦ ମିଟର ଦୌଡ଼ରେ ମହମ୍ମଦ ରେୟାନ ବାସା, ଟ୍ରାଇଥଲନ୍‌ରେ ରାଜେନ୍ଦ୍ର ସିଦ୍ଧୁ, ୧୬ ବର୍ଷରୁ କମ୍‌ ବାଳକ ୧୦୦ ମିଟର ଦୌଡ଼ରେ ସୋମେନ୍‌ ସ୍ବାଇଁ, ୮୦୦ ମିଟର ଦୌଡ଼ରେ ସୁରେନ୍ଦ୍ର ଖରା, ଡିସ୍‌କସ୍‌ରେ ସମୀର କୁମାର ଲେଙ୍କା, ୧୮ ବର୍ଷରୁ କମ୍‌ ବାଳକ ୧୦୦ ମିଟର ଦୌଡ଼ରେ ଦୀପା˚ଶୁ ସେଠୀ, ୮୦୦ ମିଟର ଦୌଡ଼ରେ ଦିଲ୍ଲୀପ ନାଏକ, ଲମ୍ବଡିଆଁରେ ଚନ୍ଦନ ବେଟି, ଡିସ୍‌କସ୍‌ରେ ଲକ୍‌ଚୁମନ ଶର୍ମା, ୨୦ ବର୍ଷରୁ କମ୍‌ ବାଳକ ୧୦୦ ମିଟର ଦୌଡ଼ରେ ଶଙ୍କର ସି˚ହ, ୮୦୦ ମିଟର ଦୌଡ଼ରେ ସୁଶାନ୍ତ ସମ୍ବର ଲୋକା, ୫୦୦୦ ମିଟରରେ ଭୀମସେନ ଜାନ୍‌କା, ଲମ୍ବଡିଆଁରେ ସରୁନ୍‌ ପାୟସସି˚ହ, ଡିସ୍‌କସ୍‌ରେ ଅଭିଷେକ ପଣ୍ତା, ୧୪ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ଦୌଡ଼ରେ ପ୍ରୀତି ପ୍ରିୟଙ୍କା ଲାକ୍ରା, ସଟ୍‌ପୁଟରେ ପ୍ରାଚୀ ମହାରଣା, ଟ୍ରାଇଥଲନ୍‌ରେ ବାସନ୍ତୀ ମାଝୀ, ୧୬ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ଦୌଡ଼ରେ ଜମୁନା ଟୁଡୁ, ୮୦୦ ମିଟର ଦୌଡ଼ରେ ଲକ୍ଷ୍ମୀପ୍ରିୟା କିଷାନ, ଜାଭେଲିନ୍‌ରେ ଲିନୁପ୍ରିୟା ଜେନା, ୧୮ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ଦୌଡ଼ରେ ମଧୁମିତା ଦେବ, ୮୦୦ ମିଟର ଦୌଡ଼ରେ ବବିତା ସାନ୍ତା, ଉଚ୍ଚଡିଆଁରେ ମୋନିକା କୁଜୁର, ସଟ୍‌ପୁଟରେ ବୁଧିନୀ ମାଝୀ, ଜାଭେଲିନ୍‌ରେ ଧନମତୀ ଖେସ୍‌, ୨୦ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ଦୌଡ଼ ଓ ଲମ୍ବଡିଆଁରେ ମନୀଷା ମେରେଲ, ୮୦୦ ମିଟର ଦୌଡ଼ରେ ଅର୍ଚ୍ଚନା ଜେନା, ୫୦୦୦ ମିଟର ଦୌଡ଼ରେ ଶ୍ବେତା କୁଜୁର, ଉଚ୍ଚ ଡିଆଁରେ ପ୍ରିୟଙ୍କା ଟପ୍ପୋ (ବି), ସଟ୍‌ପୁଟ ଓ ଜାଭେଲିନ୍‌ରେ ପ୍ରିୟଙ୍କା ଟପ୍ପୋ (ଏ), ପୁରୁଷ ୧୦୦ ମିଟର ଦୌଡ଼ରେ ବିରୁପାକ୍ଷ ଡିଗଲ, ୮୦୦ ମିଟର ଦୌଡ଼ରେ ଦେବାଶିଷ ପଟ୍ଟନାୟକ, ୫୦୦୦ ମିଟର ଦୌଡ଼ରେ କୈଳାଶ କୁମ୍ଭାର, ଲମ୍ବଡିଆଁରେ ଆଶିଷ ପାତ୍ର, ଡିସ୍‌କସ୍‌ରେ ହରି ବେହେରା, ମହିଳା ୮୦୦ ମିଟର ଦୌଡ଼ରେ ନମିତା ପ୍ରଧାନ, ୫୦୦୦ ମିଟର ଦୌଡ଼ରେ ସମ୍‌ସଦ ଆରା ବେଗମ, ଲମ୍ବଡିଆଁରେ ସୁରସ୍ମିତା ବଗର, ଉଚ୍ଚଡିଆଁରେ ମୋନାଲିସା ବିଶି, ସଟ୍‌ପୁଟରେ ସାଲ୍‌ମି କିସ୍‌ପୋଟା ଏବ˚ ଜାଭେଲିନ୍‌ରେ ସ୍ବାଗତିକା ଜେନା ସ୍ବର୍ଣ୍ଣ ପଦକ ପାଇଛନ୍ତି।

ପୁଲିସ୍‌ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଦୌଡ଼କୁଦ ସ˚ଘ ସମ୍ପାଦକ ଆଶୀର୍ବାଦ ବେହେରା, ଯୁଗ୍ମ ସମ୍ପାଦକ ଅଶୋକ ସାହୁ, ରବି ନାୟକ, ସହ ସମ୍ପାଦକ ବିଭୂତି ପଣ୍ତା, ଉପସଭାପତି ଦୁର୍ଗାମାଧବ ନାଏକ, କୋଷାଧ୍ୟକ୍ଷ ରବିଶଙ୍କର ପ୍ରତିହାରୀ, ଅଧୀପ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଅଲମ୍ପିଆନ୍‌ ଦୂତି ଚାନ୍ଦ ମାର୍ଚ୍ଚପାଷ୍ଟରେ ନେତୃତ୍ବ ନେଇଥିଲା ବେଳେ ଆନ୍ତର୍ଜାତିକ କ୍ରୀଡ଼ାବିତ୍‌ ପ୍ରଜ୍ଞାପ୍ରଶାନ୍ତି ସାହୁ ପତାକା ବହନ କରିଥିଲେ। ଏହି ପ୍ରତିଯୋଗିତାରେ ୧୫୦୦ରୁ ଅଧିକ ପ୍ରତିଯୋଗୀ ଓ ପାଖାପାଖି ୨୦୦ ବୈଷୟିକ ଅଧିକାରୀମାନେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର