କଟକ: ଜବାହରଲାଲ୍ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ବୁଧବାର ୧୯ ବର୍ଷରୁ କମ୍ ବାଳକ ଏକକରେ ତୌସିଫ ଖାନ୍ ୨୧-୧୮, ୨୧-୧୪ରେ ଅମ୍ରିତ ମହାନ୍ତିଙ୍କୁ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି।
ଅନ୍ୟ କ୍ବାର୍ଟର ଫାଇନାଲ୍ଗୁଡ଼ିକ ମଧ୍ୟରୁ ମହିଳା ଏକକରେ ଶୃତି ସ୍ବାଇଁ ୨୧-୧୫, ୨୧-୯ରେ ପ୍ରଗତି ପରିଡ଼ାକୁ, ପୁରୁଷ ଏକକରେ ସୁମନ୍ତ କୁମାର ମହନ୍ତ ୨୧-୧୧, ୨୧-୧୫ରେ କେ ମୁରଲିକ୍ରିଷ୍ଣାଙ୍କୁ, ମହମ୍ମଦ ରସିଦ ୨୧-୮, ୨୧-୨୩, ୨୧-୧୪ରେ ସ˚ଗ୍ରାମ କୁମାର ମଲ୍ଲିକଙ୍କୁ, କୋରାପୁଟର ଅସିତ ପଟ୍ଟନାୟକ ବଲାଙ୍ଗୀରର ବେଣୁଧର ପାଣ୍ତେଙ୍କୁ ହରାଇ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ମିଶ୍ରିତ ଯୁଗଳରେ ମୟଙ୍କ ଭରଦ୍ବାଜ ଓ ଭିଷ୍ମିକା ଟପ୍ପୋଙ୍କ ଯୋଡ଼ି ୨୧-୯, ୨୧-୬ରେ ଦିବ୍ୟମ କେଜରିଵାଲ ଓ ସ୍ବିଟି ପ୍ରିୟଦର୍ଶିନୀଙ୍କୁ ହରାଇ ସେମିକୁ ଉନ୍ନୀତ ହୋଇଛନ୍ତି। ଗୁରୁବାର ପ୍ରତିଯୋଗିତା ଉଦ୍ଯାପିତ ହେବ।