ଭୁବନେଶ୍ବର: ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଦ୍ୱାରା ସ୍ଥାନୀୟ ସହିଦନଗର ଇନ୍ଡୋର ହଲ୍ଠାରେ ଆୟୋଜିତ ରାଜ୍ୟ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାର ପୁରୁଷ ଏକକରେ ବଲାଙ୍ଗୀରର ଅରବିନ୍ଦ ସାହୁ ଏବଂ ମହିଳା ଏକକରେ ସୁନ୍ଦରଗଡ଼ର କ୍ରିଷ୍ଣିକା ବିରୋକ ବିଜେତା ଆଖ୍ୟା ଅର୍ଜନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୁରୁଷ ଯୁଗଳରେ ଢେଙ୍କାନାଳର ଜ୍ଞାନ ଚାନ୍ଦ ଓ କଟକର ମାନସ ରଂଜନ ରାଉତରାୟ, ମହିଳା ଯୁଗଳରେ ଅନଗୁଳର ଅନୁଜା ଦାସମହାପାତ୍ର ଓ କଟକର ଶ୍ବେତପର୍ଣ୍ଣା ପଣ୍ଡା ଏବଂ ମିଶ୍ରିତ ଯୁଗଳରେ କଟକର କେ. ମୁରଲୀକୃଷ୍ଣ ଓ ଶ୍ବେତପର୍ଣ୍ଣା ପଣ୍ଡା ବିଜେତା ମୁକୁଟ ପିନ୍ଧିଥିଲେ। ସେହିଭଳି ୩୫ ବର୍ଷରୁ ଊର୍ଧ୍ବ ପୁରୁଷ ଏକକରେ ବାଲେଶ୍ବରର ଜୟପ୍ରକାଶ ସିଂହ, ୩୫ ବର୍ଷରୁ ଊର୍ଧ୍ବ ଯୁଗଳରେ କଟକର ଗିରିଜା ଶଙ୍କର ରାୟ ଓ କମଲ ଦାସ, ୪୦ ବର୍ଷରୁ ଊର୍ଧ୍ବ ଏକକରେ ଝାରସୁଗୁଡ଼ାର ତେଜ୍ ବାହାପୁର ଗୁରୁଙ୍ଗ, ୪୦ ବର୍ଷରୁ ଊର୍ଧ୍ବ ଯୁଗଳରେ କଟକର ଗିରିଜା ଶଙ୍କର ରାୟ ଓ କମଲ ଦାସ, ୪୫ ବର୍ଷରୁ ଊର୍ଧ୍ବ ପୁରୁଷ ଏକକରେ ସୁନ୍ଦରଗଡ଼ର ମହମ୍ମଦ ହାସିମ, ୫୦ ବର୍ଷରୁ ଊର୍ଧ୍ବ ଏକକରେ ଢେଙ୍କାନାଳର ଧର୍ମେନ୍ଦ୍ର ମହାପାତ୍ର ଏବଂ ୫୦ ବର୍ଷରୁ କମ୍ ଯୁଗଳରେ ଅନଗୁଳର ବକୁଳ ଚନ୍ଦ୍ର ବେହେରା ଓ ତ୍ରିନାଥ ଦେହୁରୀ ବିଜେତା ହୋଇଥିଲେ। ୧୩ ବର୍ଷରୁ କମ୍ ବାଳକ ଏକକରେ ବାଲେଶ୍ବରର ମୟଙ୍କ ଭରଦ୍ବାଜ, ୧୩ ବର୍ଷରୁ କମ୍ ଯୁଗଳରେ ଭୁବନେଶ୍ବରର ଆଦିତ୍ୟ ରାଜେଶ ପାତ୍ର ଓ ବାଲେଶ୍ବରର ମୟଙ୍କ ଭରଦ୍ବାଜ, ୧୩ ବର୍ଷରୁ କମ୍ ବାଳିକା ଏକକରେ ସୁନ୍ଦରଗଡ଼ର ବିଶାଖା ଟପ୍ପୋ, ୧୫ ବର୍ଷରୁ କମ୍ ବାଳକ ଏକକରେ ବାଲେଶ୍ବରର ଆର୍ଯ୍ୟ ମାଝୀ, ୧୫ ବର୍ଷରୁ କମ୍ ଯୁଗଳରେ ବାଲେଶ୍ବରର ଆର୍ଯ୍ୟ ମାଝୀ ଓ ଭୁବନେଶ୍ବରର ପ୍ରିୟାଂଶୁ ମହାନ୍ତି, ୧୭ ବର୍ଷରୁ କମ୍ ବାଳକ ଏକକରେ ଭୁବନେଶ୍ବରର ପାର୍ଥସାରଥୀ ମିଶ୍ର, ବାଳିକାରେ କଟକର ଶ୍ରୁତି ସ୍ବାଇଁ, ୧୭ ବର୍ଷରୁ କମ୍ ବାଳକ ଯୁଗଳରେ ଅନଗୁଳର ଆୟୂଷ ଦାଶ ଓ ଭୁବନେଶ୍ବରର ପାର୍ଥସାରଥୀ ମିଶ୍ର, ୧୯ ବର୍ଷରୁ କମ୍ ବାଳକ ଏକକରେ ସୁନ୍ଦରଗଡ଼ର ଅଙ୍କିତ ସାହୁ, ବାଳିକାରେ କଟକର ଶ୍ରୁତି ସ୍ବାଇଁ ଏବଂ ୧୯ ବର୍ଷରୁ କମ ବାଳକ ଯୁଗଳରେ ଅନୁଗଳର ଅବିନାଶ ମହାନ୍ତି ଓ ସମ୍ବଲପୁରର ନନ୍ଦିଶ ପୋଦାର ବିଜେତା ହୋଇଥିଲେ।
ରାଜ୍ୟ ବ୍ୟାଡମିଣ୍ଟନ୍ଅ, ରବିନ୍ଦ ଓ କ୍ରିଷ୍ଣିକା ବିଜେତା
/sambad/media/post_attachments/wp-content/uploads/2019/09/zzzzzzzzzzzzzhdjdgjgdjdj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)