ରାଜ୍ୟ ବଲ୍‌ ବ୍ୟାଡମିଣ୍ଟନ୍‌: ଭୁବନେଶ୍ବର, ଜଗତସିଂହପୁର ବିଜେତା

ଭୁବନେଶ୍ବର: ବାଲେଶ୍ବରଠାରେ ଅନୁଷ୍ଠିତ ୩୦ତମ ରାଜ୍ୟ ବଲ୍‌ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ପୁରୁଷରେ ଭୁବନେଶ୍ବର ଏବଂ ମହିଳାରେ ଜଗତସିଂହପୁର ଦଳ ବିଜେତା ହୋଇଛନ୍ତି। ପୁରୁଷ ଫାଇନାଲ୍‌ରେ ଭୁବନେଶ୍ବର ୩୫-୧୭, ୩୫-୨୫ରେ ରାୟଗଡ଼ାକୁ ପରାସ୍ତ କରିଥିଲା।

ମହିଳା ଫାଇନାଲ୍‌ରେ ଜଗତସିଂହପୁର ୩୫-୨୮, ୩୫-୩୨ରେ ଭୁବନେଶ୍ବରକୁ ହରାଇ ଦେଇଥିଲା। ଭୁବନେଶ୍ବର ପୁରୁଷ ଦଳରେ ସଞ୍ଜୟ ବଳିଆରସିଂହ, ବିଜୟ ଖୁଣ୍ଟିଆ, ପି ପ୍ରବୀଣ କୁମାର, ସୌମିଶ କୁମାର ପାତ୍ର, ଆଦିତ୍ୟ ସାମନ୍ତରାୟ, କୁନ୍ଦନ ଗୋଚ୍ଛାୟତ, ସେଖ୍‌ ରୋଶନ (ଅଧିନାୟକ), ଅନିଲ ମହାରଣା, ଆଶିଷ କୁମାର ସ୍ବାଇଁ, ଅରିଜିତ ପଣ୍ଡା ସାମିଲ ଥିଲେ। ଶ୍ରେଷ୍ଠ ଖେଳାଳି ଭାବେ ଶେଖ ରୋଶନ, ପି ପବନ କୁମାର ଏବଂ ମହିଳା ଦଳରୁ ମୋନାଲିସା ମହାନ୍ତି, ସନ୍ତୋଷୀ କୁମାରୀ ନନ୍ଦ ପୁରସ୍କୃତ ହୋଇଥିଲେ। ଉନ୍ନତ ଖେଳ ପ୍ରଦର୍ଶନ ପାଇଁ ଉଭୟ ଭୁବନେଶ୍ବର ଦଳକୁ ଭୁବନେଶ୍ବର ବଲ୍ ବ୍ୟାଡମିଣ୍ଟନ୍ ସଂଘର ସଭାପତି ପୃଥ୍ବୀରାଜ ପଣ୍ଡା ଓ ସାଧାରଣ ସମ୍ପାଦକ ତରୁଣ ଚନ୍ଦ୍ର ପାଲ୍‌ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର