ରାଜ୍ୟ ବାସ୍କେଟ୍‌ବଲ୍‌ ଉଦ୍‌ଘାଟିତ

କଟକ: ଓଡ଼ିଶା ବାସ୍କେଟବଲ୍‌ ସଂଘ ପକ୍ଷରୁ ଜବାବହାରଲାଲ୍‌ ନେହେରୁ ଇନ୍‌ଡୋର୍‌ ଷ୍ଟାଡିୟମରେ ୫୯ତମ ନାଲ୍‌କୋ କପ୍‌ ରାଜ୍ୟ ବରିଷ୍ଠ ବାସ୍କେଟବଲ୍‌ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି। ଅର୍ଥ ବିଭାଗ ଇଡି ସାରଙ୍ଗଧର ସାହୁ ଏହି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ କମିଟି ଅଧ୍ୟକ୍ଷ ନବ ପଟ୍ଟନାୟକ, ସିଏମ୍‌ସି ଡେପୁଟି ମେୟର ଅଜୟ ବାରିକ, ରାଜ୍ୟ ସଂଘ ସମ୍ପାଦକ ଜ୍ଞାନରଂଜନ ପରିଡ଼ା, ନିଗେଲ୍‌ ପିଟର ଓବରିଆନ୍‌ ପ୍ରମୁଖ ଯୋଗଦେଇଥିଲେ। ପ୍ରତିଯୋଗିତାରେ ୩୨ ପୁରୁଷ ଓ ୧୨ ମହିଳା ଦଳ ଅଂଶଗ୍ରହଣ କରିଛନ୍ତି। ଏହି ୪ ଦିନିକିଆ ପ୍ରତିଯୋଗିତା ୩୦ ତାରିଖରେ ଉଦ୍‌ଯାପିତ ହେବ।

ସମ୍ବନ୍ଧିତ ଖବର