ରାଜ୍ୟ ବିଲିୟାର୍ଡ୍ସରେ ସୁବ୍ରତ ବିଜେତା

କଟକ: ସୁବ୍ରତ ଦାସ ଅଷ୍ଟମ ଥର ପାଇଁ ରାଜ୍ୟ ବିଲିୟାର୍ଡ୍ସରେ ବିଜେତା ହୋଇଛନ୍ତି। କଟକ କ୍ଲବ୍‌ରେ ସୋମବାର ଖେଳାଯାଇଥିବା ଫାଇନାଲ୍‌ରେ ସୁବ୍ରତ ୪-୩ ସେଟ୍‌ରେ କୁନାଲ ଅଗ୍ରଵାଲଙ୍କୁ ପରାସ୍ତ କରିଛନ୍ତି। ପ୍ରଥମ ସେଟ୍‌ରେ ସୁବ୍ରତ ୧୫୨-୧୧୦ ପଏଣ୍ଟରେ ଅଗ୍ରଣୀ ପାଇଥିଲେ। ହେଲେ କୁନାଲ ପରବର୍ତ୍ତୀ ତିନି ସେଟ୍‌କୁ ନିଜ ନାମରେ କରିବାରେ ସଫଳ ହୋଇଥିଲେ। ୬୯-୧୫୧, ୧୩୭-୧୫୦, ୧୧୬-୧୫୨ ପଏଣ୍ଟରେ କୁନାଲ ଆଗେଇ ଯାଇଥିଲେ ବି ସୁବ୍ରତ ପରବର୍ତ୍ତୀ ଦୁଇ ସେଟ୍‌ରେ ୧୫୧-୧୦୨, ୧୫୦-୮୪ ପଏଣ୍ଟରେ ମ୍ୟାଚକୁ ବରାବର ସ୍ଥିତିରେ ପହଞ୍ଚାଇଥିଲେ। ନିର୍ଣ୍ଣାୟକ ସେଟ୍‌କୁ ୧୫୧-୧୧୫ ପଏଣ୍ଟରେ ସୁବ୍ରତ ଜିତିବା ସହ ଅଷ୍ଟମ ବିଜେତା ଟ୍ରଫି କବ୍‌ଜା କରିଥିଲେ। ଆସନ୍ତା ୮ ତାରିଖରୁ ରାଜ୍ୟ ସ୍ନୁକର ପ୍ରତିଯୋଗିତା ଆରମ୍ଭ ହେବ ବୋଲି ପ୍ରତିଯୋଗିତାର ରାଜ୍ୟ ସ˚ଘ ପକ୍ଷରୁ ଗୋବିନ୍ଦ ଶର୍ମା ଜଣାଇଛନ୍ତି।

ସମ୍ବନ୍ଧିତ ଖବର