ଆୟୁଷ୍ମାନ, ସନ୍ଦୀପା, ପ୍ରତ୍ୟାଶା ଆଗୁଆ

ରାଜ୍ୟ ଶିଶୁ ଚେସ୍‌

ଭୁବନେଶ୍ୱର: ସ୍ଥାନୀୟ ଇନ୍‌ଫୋସିଟି ନାରାୟଣ ସ୍କୁଲ୍‌ ପରିିସରରେ ଚାଲିଥିବା ରାଜ୍ୟ ୭ ବର୍ଷରୁ କମ୍‌ ଶିଶୁ ଚେସ୍‌ ପ୍ରତିଯୋଗିତାର ଦ୍ୱିତୀୟ ଦିନ ସୁଦ୍ଧା ଓପନ୍‌ରେ ଆୟୁଷ୍ମାନ ମହାନ୍ତି (୫) ଏବଂ ବାଳିକାରେ ସନ୍ଦୀପା ପ୍ରିୟଦର୍ଶିନୀ ସାହୁ ଓ ପ୍ରତ୍ୟାଶା ଜେନା (ଉଭୟ ୪.୫) ଶୀର୍ଷରେ ରହିଛନ୍ତି। ଓପନ୍‌ ବର୍ଗରେ ଆଦିତ୍ୟ ବିକ୍ରମ ମିଶ୍ର (୪.୫ ) ଏକା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବିଶ୍ୱପ୍ରୀତ୍‌ ରାୟ, ସ୍ୱସ୍ତିକ ଶୁଭମ ପଟ୍ଟନାୟକ, ରୋଶନ ତିି୍ରପାଠୀ, ତନ୍ମୟ ତଲିନ ବେହେରା, ତନୁଶ ମୁଥୁରାଜ, ଶିୟାମ ସତ୍ୟାଂଶ (ପ୍ରତ୍ୟେକ ୪ ପଏଣ୍ଟ୍‌) ମିଳିତ ଭାବେ ତୃତୀୟରେ ରହିଛନ୍ତି। ବାଳିକାରେ ଈଶାନି ଦାସ, ଆୟୂଷୀ ମହାନ୍ତି, ତମନ୍ନା ତ୍ରିପାଠୀ  (ପ୍ରତ୍ୟେକ ୪ ପଏଣ୍ଟ୍‌) ମିଳିତ ଦ୍ୱିତୀୟରେ ରହିଥିବା ବେଳେ ଅୟୁଷୀ ଦାସ, ଐଶ୍ୱର୍ଯ୍ୟା ସାହୁ, ସିଞ୍ଚନା ଦାଶ, ସବେରି ସଚିନ୍‌ ଯାଦବ, ରିଷିକା ରୁଦ୍ରାଂଶୀ ପଶାୟତ, ବସୁନ୍ଧରା ପଣ୍ଡା ପ୍ରତ୍ୟେକ ୩ ପଏଣ୍ଟ୍‌ ପାଇ ମିଳିତ ତୃତୀୟରେ ରହିଛନ୍ତି। ଆଉ ୨ ରାଉଣ୍ଡ୍‌ ସହିତ ଏହି ପ୍ରତିଯୋଗିତା ଶୁକ୍ରବାର ଶେଷ ହେବ। ବୁଧବାରଠୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ମୋଟ ୭୫ ଜଣ ଭାଗ ନେଇଛନ୍ତି।

ସମ୍ବନ୍ଧିତ ଖବର