ରାଜ୍ୟ ଶିଶୁ ଚେସ୍‌: ଆୟୁଷ୍ମାନ, ସନ୍ଦୀପା ବିଜେତା

ଭୁବନେଶ୍ୱର: ସ୍ଥାନୀୟ ଇନ୍‌ଫୋସିଟି ନାରାୟଣ ସ୍କୁଲ୍‌ ପରିିସରରେ ଚାଲିଥିବା ରାଜ୍ୟ ୭ ବର୍ଷରୁ କମ୍‌ ଶିଶୁ ଚେସ୍‌ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଓପନ ବର୍ଗ୍‌ରେ ଆୟୁଷ୍ମାନ ମହାନ୍ତି ୭ ରାଉଣ୍ଡ୍‌ରୁ ପୂରା ୭ ପଏଣ୍ଟ୍‌ ସହିତ ବିଜେତା ହୋଇଛନ୍ତି। ସ୍ୱସ୍ତିକ ଶୁଭମ ପଟ୍ଟନାୟକ, (୬) ଉପବିଜେତା ହୋଇଛନ୍ତି। ଆଦିତ୍ୟ ବିକ୍ରମ ମିଶ୍ର (୫.୫), ବିଶ୍ୱପ୍ରୀତ୍‌ ରାୟ, ରୋଶନ ତିି୍ରପାଠୀ, ତନ୍ମୟ ତିଲିନ ବେହେରା, ପ୍ରୀତ୍‌ ପାଲ ଷଡ଼ଙ୍ଗୀ, ଶିୟମ ସତ୍ୟାଂଶ, ଆରଭ ସିଂହ, ଦେବାଂଶ ମଲ୍ଲିକ (ପ୍ରତ୍ୟେକ ୫ ପଏଣ୍ଟ୍‌) ଯଥାକ୍ରମେ ତୃତୀୟରୁ ଦଶମରେ ରହି ପୁରସ୍କୃତ ହୋଇଥିଲେ। ବାଳିକା ବର୍ଗରେ କଟକ ଯୋଡ଼ି ସନ୍ଦୀପା ପ୍ରିୟଦର୍ଶିନୀ ସାହୁ ଏବଂ ପ୍ରତ୍ୟାଶା ଜେନା (ଉଭୟ ୬.୫) ଯଥାକ୍ରମେ ବିଜେତା ଓ ଉପ ବିଜୟିନୀ ହୋଇଥିଲେ। ବାଳିକାରେ ଆୟୂଷୀ ମହାନ୍ତି, ଅୟୂଷୀ ଦାସ (ଉଭୟ ୫), ଦେବଶ୍ରୀ ଷଡ଼ଙ୍ଗୀ, ସାନିଧ୍ୟ ସ୍ୱୟଂସିଦ୍ଧା (ଉଭୟ ୪.୫), ଇଶାନୀ ଦାସ, ତମନ୍ନା ତ୍ରିପାଠୀ, ଐଶ୍ୱର୍ଯ୍ୟା ସାହୁ, ସିଞ୍ଚନା ଦାଶ (ପ୍ରତ୍ୟେକ ୪ ପଏଣ୍ଟ୍‌) ଯଥାକ୍ରମେ ତୃତୀୟରୁ ଦଶମ ସ୍ଥାନରେ ରହିଥିଲେ। ପୁରସ୍କାର ପ୍ରଦାନ ଉତ୍ସବରେ ଉଚ୍ଚ ଶିକ୍ଷା ପରିଷଦ ସମ୍ପାଦକ ପ୍ରଣବ ମଙ୍ଗରାଜ, ଏଓସିଏ କାର୍ଯ୍ୟକାରୀ ସଦସ୍ୟ ଭବେଶ ମହାନ୍ତି, ଅନ୍ତର୍ଜାତୀୟ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ, ଏମ୍‌ସିଏଫ୍‌ ପ୍ରତିଷ୍ଠାତା ବିକ୍ରମ କେଶରୀ ବିଶ୍ୱାଳ, ଫିଡେ ଆର୍ବିଟର ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର