ଭୁବନେଶ୍ବର: ସ୍ଥାନୀୟ ନାରାୟଣ ଇ-ଟେକ୍ନୋ ସ୍କୁଲ୍ ପରିସରରେ ରାଜ୍ୟ ଶିଶୁ (୮ ବର୍ଷରୁ କମ୍) ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବାଳିକାରେ ଖୋର୍ଦ୍ଧାର ଅଦିତି ମହାରଣା ଓ କଟକର ସାଇ ବିଦ୍ଧି ତ୍ରିପାଠୀ (ଉଭୟ ୫ ପଏଣ୍ଟ ଲେଖାଏଁ) ପ୍ରଥମ ଦୁଇ ସ୍ଥାନରେ ରହିଥିବା ବେଳେ ଓପନ୍ ବର୍ଗରେ ଯାଜପୁରର ମନୀଷ ମିଶ୍ର (୬) ଓ ସୁନ୍ଦରଗଡ଼ର ଦେବପ୍ରିୟ ବିଶ୍ବାଳ (୫) ଯଥାକ୍ରମେ ବିଜେତା ଓ ଉପବିଜେତା ହୋଇଛନ୍ତି। ଏହି ୪ ଜଣ ଖେଳାଳି ମେ’ ମାସରେ ବିଜୟୱାଡାରେ ଆୟୋଜିତ ଜାତୀୟ ୮ ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରିବେ। ବାଳିକାରେ ସାମିନା ସ୍ବାଇଁ, ଅର୍ଣ୍ଣିକା ଦାଶ, ଶ୍ରୀଜଲ ସେନାପତି, ଯଶ୍ରୀତା ମିଶ୍ର, ବନ୍ୟା ଦାସ, ଋତୁପ୍ରଜ୍ଞା ମହାପାତ୍ର, ଆଦ୍ୟସ୍ମରଣ୍ୟା ପଣ୍ଡା ପ୍ରମୁଖ କ୍ରମାନ୍ବୟରେ ତୃତୀୟରୁ ଦଶମ ସ୍ଥାନରେ ରହିଥିଲେ।
ଓପନ୍ରେ ଜିତେଶ ସାମଲ, ମ୍ରିଗାଙ୍କ ଶେଖର ଦାସ, ପି ପରବ୍ରହ୍ମ ରାଉତ, ଏ ଧନୂଜ, ଶ୍ରେୟାଂଶ ଦାସ, ଅଦଭିକ୍ ଆଦିତ୍ୟ ସ୍ବାଇଁ, ଆରବ ଦାସ, ସତ୍ୟଜିତ୍ ସେନାପତି କ୍ରମାନ୍ବୟରେ ତୃତୀୟରୁ ଦଶମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ଭାରତୀୟ ଚେସ୍ ସଂଘ ଯୁଗ୍ମ ସମ୍ପାଦକ ରଂଜନ ମହାନ୍ତି, ଏଓସିଏ ସମ୍ପାଦକ ଦେବବ୍ରତ ଭଟ୍ଟ, ଟ୍ରିଲ୍ଲ ‘ସି’ ଚେସ୍ କ୍ଲବ୍ ସମ୍ପାଦକ ବିରଞ୍ଜି ନାରାୟଣ ସାହୁ, ମାଷ୍ଟର ଚେସ୍ ଫାଉଣ୍ଡେସନ୍ ପ୍ରତିଷ୍ଠାତା ବିକ୍ରମ କେଶରୀ ବିଶ୍ବାଳ, ଏମ୍ସିଏଫ୍ ଅଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ର, ଅନ୍ତର୍ଜାତୀୟ ଆର୍ବିଟର୍ ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।