ଭୁବନେଶ୍ବର: ପଳାସପଲ୍ଲୀସ୍ଥିତ ଓଏଡି ପରିସରରେ ୨୩ତମ ରାଜ୍ୟ ବଧିର ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପୁରୁଷରେ ଖୋର୍ଦ୍ଧାର ନିପୁନ ଆଦିତ୍ୟ ୫ ପଏଣ୍ଟ୍ରୁ ୫ ପଏଣ୍ଟ୍ ଅର୍ଜନ କରି ଟାଇଟଲ୍ ବଜାୟ ରଖିଥିବା ବେଳେ ମହିଳା ବିଭାଗରେ ଧୋବାନି ପାତ୍ର ୪ରୁ ୪ ପଏଣ୍ଟ୍ ପାଇଁ ବିଜୟିନୀ ହୋଇଛନ୍ତି। ନିପୁନଙ୍କ ପଛକୁ ସୁଶାନ୍ତ କୁମାର ସାହୁ, ରମେଶ କୁମାର ପଟ୍ଟନାୟକ, ମନୋରଂଜନ ପାଣିଗ୍ରାହୀ, ହେମନ୍ତ କୁମାର ଆଚାର୍ଯ୍ୟ, କାହ୍ନୁ ଚରଣ ମହାପାତ୍ର ଏବଂ ମହିଳାରେ ଧୋବାନିଙ୍କ ତଳକୁ ପ୍ରତିମା ଦଳାଇ, ରଜନୀ ସାହୁ କ୍ରମାନ୍ବୟରେ ରହିଥିଲେ। ଖୋର୍ଦ୍ଧା ଦଳଗତ ବିଜେତା ଓ ବ୍ରହ୍ମପୁର ଉପବିଜେତା ହୋଇଛନ୍ତି। ଏହି ପ୍ରଦର୍ଶନ ଭିତ୍ତିରେ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଦଳ ଅଂଶଗ୍ରହଣ କରିବ ବୋଲି ସମ୍ପାଦକ ନିରଂଜନ ଯୋଶୀ ପ୍ରକାଶ କରିଛନ୍ତି। ଓଡ଼ିଶା ବଧିର କ୍ରୀଡ଼ା ପରିଷଦର ସଭାପତି ତଥା ଅନ୍ତର୍ଜାତୀୟ ଭିନ୍ନକ୍ଷମ ବ୍ୟାଡ୍ମିଣ୍ଟନ୍ ଖେଳାଳି ଅସିତ୍ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଚେସ୍ ଗୁରୁ ସତ୍ୟରଂଜନ ପଟ୍ଟନାୟକ, ଓଏଡି ସଭାପତି ଏସ୍ ଏନ୍ ବହିଦାର, ସମ୍ପାଦକ ଅଲୋକ ଜେନା, ପ୍ରତିଷ୍ଠାତା ସଦସ୍ୟ ବିଜୟ ପରିଡ଼ା, ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ୍ତ ହୋତା ଉପସ୍ଥିତ ଥିଲେ। ପ୍ରମୋଦ ମହାପାତ୍ର, ଯୋଗେଶ ବହିଦାର, ରାଜେଶ ସାହୁ ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ।
ରାଜ୍ୟ ବଧିର ଚେସ୍: ନିପୁନ ଓ ଧୋବାନି ବିଜେତା
/sambad/media/post_attachments/wp-content/uploads/2022/01/65s564hf65fhfhfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)