ରାଜ୍ୟ ବଧିର ଟି-୧୦: ନନ୍ଦନକାନନ ବୁଲ୍‌ସ ବିଜେତା

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବଧିର ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଏୟାର ପୋର୍ଟ ଖେଳ ପଡ଼ିଆରେ ଆୟୋଜିତ ଚତୁର୍ଥ ରାଜ୍ୟ ବଧିର ଟି-୧୦ ‌କ୍ରିକେଟ୍‌ ପ୍ରିମିୟର ଲିଗ୍‌ରେ ନନ୍ଦନକାନନ ବୁଲ୍‌ସ ବିଜେତା ହୋଇଛି। ଦୁଇଦିନ ଧରି ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲ୍‌ରେ ନନ୍ଦନକାନନ ଦଳ ୧୪ ରନ୍‌ରେ ସହିଦ ଡ୍ରାଗନସକୁ ପରାସ୍ତ କରିଥିଲା। ଏହି ପ୍ରତିଯୋଗିତାରେ ମୋଟ ୮ ଦଳ ୯୬ ଜଣ ଦକ୍ଷ ବଧିର ଖେଳାଳି ଭାଗନେଇଥିଲେ। ଏଠାରେ ଶ୍ରେ‌ଷ୍ଠ ପ୍ରଦର୍ଶନ ‌କରିଥିବା ଖେଳାଳିମାନେ ମୁମ୍ବାଇରେ ଏପ୍ରିଲ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଜାତୀୟ ବଧିର ପ୍ରତିଯୋଗିତାରେ ରାଜ୍ୟ ଦଳରୁ ପ୍ରତିନିଧିତ୍ବ କରିବେ। ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ ଏସ୍‌ଆର୍‌ ଚେସ୍‌ ଏକାଡେମି ସମ୍ପାଦକ ସତ୍ୟରଂଜନ ପଟ୍ଟନାୟକ, ରାଜ୍ୟ ବଧିର ସଂଘ ସଭାପତି ଶିବନାରାୟଣ ବହିଦାର, ସାଧାରଣ ସମ୍ପାଦକ ପ୍ରଦୀପ କୁମାର ହୋତା, ପରିଚାଳନା ସମ୍ପାଦକ ରାକେଶ କୁମାର ସାହୁ, ଯୋଗେଶ କୁମାର ବହିଦାର, ଅନୁବାଦକ ପ୍ରମୋଦ କୁମାର ମହାପାତ୍ର ଏବଂ ଖୋର୍ଦ୍ଧା ଜିଲ୍ଲା ବଧିର ସଂଘ ସଭାପତି ନିରଂଜନ ଯୋଷୀ ପ୍ରମୁଖ ପୁରସ୍କାର ବଣ୍ଟନ କରିଥିଲେ।

ସମ୍ବନ୍ଧିତ ଖବର