ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ପରେ ଦୂତି ଚାନ୍ଦଙ୍କୁ ଦେଢ଼ କୋଟିର ଅର୍ଥ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଜାକର୍ତ୍ତାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଗତକାଲି ରୌପ୍ୟ ପଦକ ହାସଲ କରିଥିବା ଧାବିକା ଦୂତି ଚାନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ଦେଢ଼ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି । ସୋମବାର ଏହି ଘୋଷଣା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କରିଛି। ଇଣ୍ଡୋନେସିଆର  ଜାକର୍ତ୍ତାରେ ଖେଳାଯାଉଥିବା ୨୦୧୮ ଏସୀୟ କ୍ରୀଡାରେ ଗତାକାଲି ୧୦୦ ମିଟର ଦୌଡ଼ର ମହିଳା ବିଭାଗରେ ଦୂତି ରୌପ୍ୟ ପଦକ ହାସଲ କରିଛନ୍ତି । ସେ ୧୧.୩୨ ସେକେଣ୍ଡରେ ଏହି ଦୂରତାକୁ ଅତିକ୍ରମ କରିଥିଲେ ।

ବିଗତ ୨୦ ବର୍ଷ ପରେ ଜଣେ ଓଡ଼ିଆ ଝିଅ ଭାବେ ଏହି ଏସୀୟ କ୍ରୀଡାରେ ପଦକ ହାସଲ କରିଥିବା କୃତିତ୍ୱ ହାସଲ କରିଛନ୍ତି ଦୂତୀ ଚାନ୍ଦ । ୧୯୯୮ ମସିହା ଏସିଆନ ଗେମ୍ସରେ ଓଡ଼ିଶାର ପୂର୍ବତନ ଧାବିକା ରଚିତା ପଣ୍ଡା ମିସ୍ତ୍ରୀ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ତେବେ ଗତକାଲି ରାକ୍ଷୀ ପୂର୍ଣ୍ଣମୀ ଅବସରରେ ଦୂତୀଙ୍କ ବିଜୟ ସାରା ଦେଶବାସୀଙ୍କୁ ଗୌରାବନ୍ୱିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ସମ୍ବନ୍ଧିତ ଖବର