ରାଜ୍ୟ ଜାପାନ ସୋଟୋକାନ୍‌ କରାଟେ ଉଦ୍‌ଯାପିତ

ଭୁବନେଶ୍ବର: ଭୁବନେଶ୍ବରର ଅନ୍ୟତମ ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ଓକିନାୱା କରାଟେ ସ୍କୁଲ୍‌ ଅଧୀନରେ ପରିଚାଳିତ ଜାପାନ ସୋଟୋକାଇ ଷ୍ଟାଇଲ୍‌ର ରାଜ୍ୟ ପ୍ରତିଯୋଗିତା ରବିବାର ମଞ୍ଚେଶ୍ବରସ୍ଥିତ ରେଳବାଇ ଇନ୍‌ଡୋର୍ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ‘ଜିତିବା ହାରିବା ଗୁରୁତ୍ବପୂର୍ଣ୍ଣ ନୁହେଁ, ଖେଳରେ ଭାଗନେବା ବଡ଼ କଥା। ଏହା ହିଁ ଅଲିମ୍ପିକ୍ସ ଆଭିମୁଖ୍ୟ’ ବୋଲି ଶ୍ରୀମତି ଷଡ଼ଙ୍ଗୀ ଅଭିବ୍ୟକ୍ତ କରିଥିଲେ। ଖେଳାଳିଙ୍କ ପିତାମାତାଙ୍କୁ ସେ ଏଥି ଲାଗି ଧନ୍ୟବାଦ‌ ଦେବାକୁ ଭୁଲି ନଥିଲେ। ଏହି ଦିନିକିଆ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରୁ ପ୍ରାୟ ୭୦୦ ପ୍ରତିଯୋଗୀ ଏବଂ ୧୫୦ ଅଧିକାରୀ ଅଂଶଗ୍ରହଣ କରିଥିଲେ। ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ, କେନ୍ଦ୍ରୀୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା, ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶି ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗ ଦେଇ ‌ଖେଳାଳି ଏବଂ ଓକିନାୱା କରାଟେ ସ୍କୁଲ୍‌ର ପ୍ରଶଂସା କରିଥିଲେ।

ଜାପାନ କରାଟେ ସୋଟୋକାଇ ଇଣ୍ଡିଆର ଉପସଭାପତି ତଥା ଓକିନାୱା କରାଟେ ସ୍କୁଲ୍‌ର ସଭାପତି ସୌମ୍ୟରଂଜନ ଦାସଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଏସ୍‌ଆର୍ ସାସମଲ, ଆଦିତ୍ୟ ମିଶ୍ର, ସଂଜୟ ସାହା, ଦୀପକ କୁମାର ସାମନ୍ତରାୟ, ସନକ ଦେଓ, ଜୟଦେବ ପଟ୍ଟନାୟକ, ସନ୍ତୋଷ ମହାପାତ୍ର, ବାପୁ ପଟ୍ଟନାୟକ, ପଞ୍ଜାନନ ନାୟକ, ସୁବ୍ରତ ପାତ୍ର, ଘନଶ୍ୟାମ ହାଁସଦା, ସୂର୍ଯ୍ୟନାରାୟଣ, ଶାରଦା ପ୍ରସାଦ, ଶେଖର ସୁମନ ପ୍ରମୁଖ ମୁଖ୍ୟ ରେଫରି ଦାୟିତ୍ବରେ ରହିଥିଲେ। ହିଂମାଶୁ ଭୂଷଣ ଦାସ, ବେଣୁଧର ମଲ୍ଲିକ, ଅନ୍ତର୍ଯ୍ୟାମୀ ବେହେରା, ଏ ଚିରଂଜୀବ ରାଓ, ଦେବାଶିଷ ରାଉତ, ଦୀପକ କୁମାର ପଟୁଆରସିଂହ, ଜ୍ଞାନରଂଜନ ନନ୍ଦ, ସେକ୍‌ ସୁଲତାନ, ପ୍ରତାପ କୁମାର ନାୟକ, ଚିରସ୍ମତା ଭଞ୍ଜଦେଓ, ମଧୁସ୍ମିତା ଭଞ୍ଜଦେଓ, ସନ୍ଦୀପ ପଟ୍ଟନାୟକ, ଅଶୋକ କୁମାର ସିଂହ, ଅଭିରାମ ବେହେରା, ଅନନ୍ତ ଚରଣ ଦାଶ, ଅମରେଶ ପ୍ରଧାନ, ଜିତେନ୍ଦ୍ର କୁମାର ସାହୁ, ଲଳିତ କୁମାର, ନବ କିଶୋର, ଆଲିସ୍ ପ୍ରଭା, ଅବିନାଶ ସିଂହ, ଗୋପାଳ ଛୋଟରାୟ, ସୁବ୍ରତ ପାତ୍ର, ସୁଦୀପ, ଅଜୟ, କିମ୍ ଥାପ୍ପା, ମେର୍ଲିନ ପ୍ରମୁଖ ପରିଚାଳନା କରିଥିଲେ। ପ୍ରତି ବର୍ଗରେ ଶ୍ରେଷ୍ଠ ୩ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର