ରାଜ୍ୟ କନିଷ୍ଠ ବାସ୍କେଟ୍‌ବଲ୍‌ ଉଦ୍‌ଘାଟିତ

କଟକ: ଜବାହାରଲାଲ୍‌ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟ କନିଷ୍ଠ ବାସ୍କେଟ୍‌ବଲ୍‌ ପ୍ରତିଯୋଗିତା ଗୁରୁବାର ଆରମ୍ଭ ହୋଇଛି। ପ୍ରଥମ ଦିନରେ ଏଣ୍ଟରଟେନର ୫୫-୨୯ରେ କଟକ ଜିଲ୍ଲା ଦୌଡ଼କୁଦ ସଂଘକୁ ଏବଂ ରୋଭର୍ସ ୫୮-୪୦ରେ ଓଏସ୍‌ସିକୁ ପରାସ୍ତ କରିଛି। ବାଳିକା ବିଭାଗରେ ଆର୍‌ଏସ୍‌ପି ୨୧-୬ରେ ରୋଭର୍ସ ବିପକ୍ଷରେ ବିଜୟଲାଭ କରିଛି। ପ୍ରତିଯୋଗିତାର ବାଳକ ବିଭାଗରେ ୨୭ ଦଳ ଓ ବାଳିକାରେ ୧୦ ଦଳ ଅଂଶଗ୍ରହଣ କରିଛନ୍ତି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପୂର୍ବତନ ଖେଳାଳି ତଥା ପ୍ରଶିକ୍ଷକ ଡିପି ଇରାନୀ ଓ ମକବୁଲ୍‌ ଅଲ୍ଲୀ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବାସ୍କେଟବଲ୍‌ ସଂଘ ସମ୍ପାଦକ ଜ୍ଞାନରଂଜନ ପରିଡ଼ା, ଉପସଭାପତି ଜେ କାମେଶ୍ୱର ରାଓ, ଯୁଗ୍ମ ସମ୍ପାଦକ ମଦନ ରାଓ, ବିନୋଦ ସାହୁ, କୋଷାଧ୍ୟକ୍ଷ ପ୍ରଦୀପ ବେହେରା, ଉନ୍ନୟନ କମିଟି ଅଧ୍ୟକ୍ଷ ସୌରଭ ବେହେରା, କାଉନସିଲ ସଦସ୍ୟ ସତୀଶ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମିରଂଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର