ରାଜ୍ୟ କନିଷ୍ଠ ବାସ୍କେଟ୍‌ବଲ ଉଦ୍‌ଯାପିତ: ଏଣ୍ଟରଟେନର୍‌ ଓ ଖୋର୍ଦ୍ଧା ବିଜେତା

କଟକ: ଓଡ଼ିଶା ବାସ୍କେଟ୍‌ବଲ୍‌ ସଂଘ ପକ୍ଷରୁ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ରାଜ୍ୟସ୍ତରୀୟ ନାଲ୍‌କୋ କପ୍‌ କନିଷ୍ଠ ବାସ୍କେଟ୍‌ବଲ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ବାଳିକା ବିଭାଗରେ କ୍ଲବ୍ ଦ ଏଣ୍ଟରଟେନର୍‌ ଓ ବାଳକ ବିଭାଗରେ ଖୋର୍ଦ୍ଧା ବିଜେତା ହୋଇଛନ୍ତି। ବାଳିକା ବିଭାଗରେ କ୍ଲବ୍‌ ଦି ଏଣ୍ଟରଟେନର୍‌ ୬୩-୪୬ରେ ଭୁବନେଶ୍ବର ବାସ୍କେଟ୍‌ବଲ୍‌ ସଂଘକୁ ପରାସ୍ତ କରିଥିଲା। ସେହିଭଳି ପୁରୁଷ ବିଭାଗରେ ଖୋର୍ଦ୍ଧା ବାସ୍କେଟ୍‌ବଲ୍‌ ସଂଘ ୯୦-୭୩ରେ ଓଡ଼ିଶା ଷ୍ଟୁଡେଣ୍ଟ କ୍ଲବକୁ ହରାଇ ବିଜେତା ହୋଇଥିଲା।

ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଶୈଳେନ୍ଦ୍ର କୁମାର ଜେନା, ଓଡ଼ିଶା ଫୁଟ୍‌ବଲ ସଂଘର ସଂପାଦକ ଆଶୀର୍ବାଦ ବେହେରା ଯୋଗଦେଇ ଉଭୟ ବାଳିକା ଓ ବାଳକ ଦଳଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବାସ୍କେଟ୍‌ବଲ୍‌ ସଂଘର ସଭାପତି ଜ୍ଞାନରଂଜନ ପରିଡ଼ା, ସଂପାଦକ ଅଶୋକ କୁମାର ସାହୁ, ସୌରଭ କୁମାର ବେହେରା, ରଶ୍ମିରଂଜନ ସାମନ୍ତରାୟ, ଅମୀୟ କୁମାର ମହାପାତ୍ର, ନିରଜ ବନ୍ଧୁ ନାୟକ, ଦ୍ବାରିକା ଶେଖର ମହାନ୍ତି, ଅମିତ ଦାସମହାପାତ୍ର, ପ୍ରଦୀପ କୁମାର ବେହେରା, ଉପେନ୍ଦ୍ର କୁମାର ପଟ୍ଟନାୟକ, ଅଶୋକ କୁମାର, ମହେଶ କୁମାର ସାହୁ, ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର