ରାଜ୍ୟ ଉପକନିଷ୍ଠ ବାସ୍କେଟବଲ୍‌: ପୁରୀ, ଏଣ୍ଟରଟେନର ବିଜେତା

କଟକ: ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ଜାଭିୟର୍ସ କପ୍‌ ରାଜ୍ୟ ଉପକନିଷ୍ଠ ବାସ୍କେଟବଲ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ବାଳକ ବିଭାଗ ଫାଇନାଲ୍‌ରେ ପୁରୀ ୪୮-୩୦ରେ ଟଟର୍ସକୁ ଏବ˚ ବାଳିକା ବିଭାଗରେ ଏଣ୍ଟରଟେନର ୩୪-୨୨ରେ ପୁରୀକୁ ପରାସ୍ତ କରି ବିଜେତା ହୋଇଛନ୍ତି। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସେଣ୍ଟ ଜାଭିୟର୍ସ ଗ୍ରୁପ୍‌ ଅଫ୍‌ ସ୍କୁଲ୍‌ସର ଅଧ୍ୟକ୍ଷ ଜି.ଏସ୍‌. ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଏହି ଗ୍ରୁପ୍‌ର ନିର୍ଦ୍ଦେଶକ ପି.ସି. ମହାନ୍ତି ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବାସ୍କେଟବଳ ସ˚ଘ ସଭାପତି ଜ୍ଞାନର˚ଜନ ପରିଡ଼ା, ସମ୍ପାଦକ ଅଶୋକ ସାହୁ, ପ୍ରକାଶ ରାମୁ, ସେଣ୍ଟ ଜାଭିୟର୍ସ ସ୍କୁଲ୍‌ ଅଧ୍ୟକ୍ଷ ପ୍ରିୟଦର୍ଶୀ ନାୟକ, କୃଷ୍ଣମୂର୍ତ୍ତି ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ ଦାସ ଅତିଥି ଭାବେ ଯୋଗଦେିଥିଲେ। କଟକ ବାସ୍କେଟବଲ‌୍ ସ˚ଘ ସମ୍ପାଦକ ଅଶୋକ କୁମାର ସାହୁ, ସ˚ଗଠନ ସମ୍ପାଦକ ମହେଶ ସାହୁ, ଇମ୍‌ତିଆଜ ଖାନ୍‌, ରିତେଶ ପଲାଇ, ମନୋର˚ଜନ ବେହେରା, ଶିବ ପ୍ରସାଦ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର