ରାଜ୍ୟ ଉପକନିଷ୍ଠ ଚେସ୍‌: ଲେଲି, ସୃଷ୍ଟି ବିଜେତା

ରାଜ୍ୟ ଓପନ୍‌ରେ ରବୀନ୍ଦ୍ର ବିଜେତା

ଭୁବନେଶ୍ବର: କୋରାପୁଟ ଜିଲ୍ଲା ଚେସ୍‌ ସଂଘ ପକ୍ଷରୁ ୧୮ ବର୍ଷରୁ କମ୍‌ ଓଡ଼ିଶା ଉପକନିଷ୍ଠ ଚେସ୍‌ ପ୍ରତିଯୋଗିତା ସର୍ବୋଦୟ କଂପ୍ଲେକ୍ସରେ ଅନୁଷ୍ଠିତ ହୋଇଯାଇଛି। ଓପନ୍ ବର୍ଗରେ ରାୟଗଡ଼ାର ଲେଲି ଜାକକା, କୋରାପୁଟର ଖିଲୋ ପୂର୍ଣ୍ଣ ଏବଂ ପିଡ଼ିକା ହରେଶ ପ୍ରଥମ ୩ ସ୍ଥାନ ଦଖଲ କରିଥିବା ବେଳେ ବାଳିକାରେ ପୁରୀର ସୃଷ୍ଟି ଶ୍ରେୟସୀ, କୋରାପୁଟର ବିଷ୍ଣୁପ୍ରିୟା ମାଝୀ,‌ କୌଶଲ୍ୟା ଦେଉରିଆ ଶୀର୍ଷ ୩ରେ ରହିଥିଲେ। ଉଭୟ ବର୍ଗରେ ପ୍ରଥମ ଦୁଇ ସ୍ଥାନ ଦଖଲ କରିଥିବା ଖେଳାଳି ଚଳିତ ମାସ ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ କୋଏମ୍ବାଟୁରରେ ଖେଳାଯିବାକୁ ଥିବା ଜାତୀୟ ଉପକନିଷ୍ଠ (୧୮ ବର୍ଷରୁ କମ୍‌) ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରିବେ। ବିଭିନ୍ନ ବୟସ ବର୍ଗରେ ପ୍ରଜ୍ଞା ପାରମିତା ସାହୁ, ବବିତା ଜାନି, ଜ୍ୟୋତି ପରଜା ଶ୍ରେଷ୍ଠ ବିବେଚିତ ହୋଇ ଟ୍ରଫି ପାଇଥିଲେ। ଉଦ୍‌ଯାପନୀ ଉତ୍ସବରେ ନିଖିଳ ଓଡ଼ିଶା ଚେସ୍‌ ସଂଘର କୋଷାଧ୍ୟକ୍ଷ ଭବେଶ ମହାନ୍ତି, ଫିଡେ ଆର୍ବିଟର ଜ୍ୟୋତି ଶଙ୍କର ନନ୍ଦ, କୋରାପୁଟ ଜିଲ୍ଲା ଚେସ୍‌ ସଂଘ ସଭାପତି ଲଲାଟେନ୍ଦୁ ପ୍ରତାପ ଦେଓ, କୋଷାଧ୍ୟକ୍ଷ ସାଗରିକା ମୁନି, ପ୍ରଶିକ୍ଷକ ଦୀନବଂଧୁ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ରାଜ୍ୟ ଓପନ୍‌ରେ ରବୀନ୍ଦ୍ର ବିଜେତା
ଭୁବନେଶ୍ବର ଟଙ୍କପାଣି ରୋଡ୍‌ ସାଇ ବୀଣାପାଣି ମନ୍ଦିର ପରିସରରେ ଅନୁଷ୍ଠିତ ୬୨ତମ ରାଜ୍ୟ ଓପନ୍‌ ଚେସ୍‌ ପ୍ରତିଯୋଗିତାରେ ରବୀନ୍ଦ୍ର କୁମାର ଓଝା ବିଜେତା ହୋଇଥିବା ବେଳେ ସଂଜୀବନ ନାୟକ ଓ ସୌମ୍ୟରଂଜନ ମିଶ୍ର ପରବର୍ତୀ ୨ ସ୍ଥାନରେ ରହିଥିଲେ। ଏହି ୩ ଜଣ ସମାନ ୬ ପଏଣ୍ଟ ଲେଖାଏଁ ପାଇଥିଲେ। ସତ୍ୟମ ସର୍ବଜିତ ମିଶ୍ର, ଦେବୀ ପ୍ରସାଦ ନାୟକ, ତେଜାସ ଲୋହାନୀ, ଦାଶରଥି ସାହୁ, ମନୀଷ ମିଶ୍ର, ବିଶ୍ବନାଥ ମହାପାତ୍ର, ଶାଶ୍ବତ ସୌମ୍ୟବ୍ରତ ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନରେ ରହିଥିଲେ। ଶ୍ରେୟସ କୁମାର ବେହୁରିଆ, ଅଂଶଲ ଏସ ଥମାସ, ବିନାୟକ ମାଲ, ଜ୍ୟୋଷ୍ଣାଭ ତାଲୁକଦାର ବୟସ ବର୍ଗରେ ଏବଂ ଆରୁଷୀ ଶ୍ରୀଚନ୍ଦନ ବାଳିକାରେ ଶ୍ରେଷ୍ଠ ବିବେଚିତ ହୋଇଥିଲେ। ରଂଜିତ ମହାନ୍ତି ଶ୍ରେଷ୍ଠ ଭେଟେରାନ୍‌ ‌ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।

ସମ୍ବନ୍ଧିତ ଖବର