ଭୁବନେଶ୍ବର: ଢେଙ୍କାନାଳର ତରଭାଠାରେ ଅନୁଷ୍ଠିତ ୨୭ତମ ରାଜ୍ୟ କନିଷ୍ଠ ହ୍ୟାଣ୍ଡବଲ୍‌ ପ୍ରତିଯୋଗିତାରେ ଉଭୟ ବାଳକ ଓ ବାଳିକା ବର୍ଗରେ କଟକ ବିଜେତା ଓ ଭୁବନେଶ୍ବର ଉପବିଜେତା ହୋଇଛନ୍ତି। ବାଳକ ଫାଇନାଲ୍‌ରେ କଟକ ୧୬-୧୫ରେ ଭୁବନେଶ୍ବରକୁ ହରାଇଥିଲା। ସେହିପରି ବାଳିକାରେ କଟକ ୮-୫ ଗୋଲ୍‌ରେ ଭୁବନେଶ୍ବରକୁ ପରାସ୍ତ କରିଥିଲା। ଉପ ବିଜେତା ହୋଇଥିବା ଭୁବନେଶ୍ବର ଦଳକୁ ଜିଲ୍ଲା ହ୍ୟାଣ୍ଡବଲ୍‌ ସଂଘର ସଭାପତି ବଳରାମ ମହାନ୍ତି ଓ ଅନ୍ୟ କର୍ମକର୍ତ୍ତାମାନେ ଶୁଭେଚ୍ଛା ଜଣାଇଛନ୍ତି।