ରାଜ୍ୟ ଉପକନିଷ୍ଠ କରାଟେ ଉଦ୍‌ଯାପିତ: ସାଇ ପ୍ରଭାଙ୍କୁ ଯୁଗଳ ସ୍ବର୍ଣ୍ଣ

ଭୁବନେଶ୍ବର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ଠାରେ ଆୟୋଜିତ ରାଜ୍ୟ ଉପକନି‌ଷ୍ଠ କରାଟେ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଖୋର୍ଦ୍ଧାର ଏ ସାଇ ପ୍ରଭା ଯୁଗଳ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ସେ ୧୧ ବର୍ଷ ମହିଳା କାଟା ଏବଂ ୪୫ କେଜି କୁମିତେରେ ଏହି ଦୁଇ ସ୍ବର୍ଣ୍ଣ ଜିତିଛନ୍ତି। ପ୍ରତିଯୋଗିତାରେ ୨୪ ଜିଲ୍ଲାରୁ ୪୫୦ ପ୍ରତିଯୋଗୀ ଏବଂ ୫୦ ଅଧିକାରୀ ଅଂଶଗ୍ରହଣ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା, ଦୂରଦର୍ଶୀ ପତ୍ରିକାର ସମ୍ପାଦକ ଦୁର୍ଗା ପ୍ରସାଦ ସାମନ୍ତରାୟ ଏବଂ ଓଡ଼ିଶା ସିପକଟାକ୍ରୋ ସଂଘ ସମ୍ପାଦକ ପୃଥ୍ବୀରାଜ ସାହୁ ଯୋଗ ଦେଇ ପୁରସ୍କାର ବଣ୍ଟନ କରିଥିଲେ। ଓଡ଼ିଶା ରାଜ୍ୟ କରାଟେ ସଂଘ ସଭାପତି ହରିପ୍ରସାଦ ପଟ୍ଟନାୟକ, ସମ୍ପାଦକ ଗୌରୀ ମହାନ୍ତି, ଅଫିସିଆଲ୍‌ ରାଜୀବ କୁମାର ସିଂହ, ଖାରବେଳ ମଲ୍ଲିକ, ଜୟଦେବ ପଟ୍ଟନାୟକ, ମହେଶ ଚନ୍ଦ୍ର ବରାଳ, ସୁରେଶ ଚନ୍ଦ୍ର ପଲ୍‌, ଅରବିନ୍ଦ ପଟ୍ଟନାୟକ, ସୌମ୍ୟ ଦାସ, ଆଦିତ୍ୟ ମିଶ୍ର, ଦୀପକ ସାମନ୍ତରାୟ, ସନକ ଦେଓ, ଦୁର୍ଗା ପ୍ରସାଦ ରଥ, ଗୋପାଳ ଚନ୍ଦ୍ର ଦାସ, ଏନ୍‌ବି ପଟ୍ଟନାୟକ, ଊମାକାନ୍ତ ବେହେରା, ରାଜେନ୍ଦ୍ର ସାମଲ, ସମୀର ତାଲ୍‌ଦି, ଦେବେନ୍ଦ୍ର ରାଣା, ଗୋପାଳ କଅଁର, ଜାହିରା ପରବେଜ, ଶୁଭାଶିଷ ମହାପାତ୍ର, କ୍ରୀଷ୍ଣା ଶିକାରୀ, କୃଷ୍ଣ ମହାପାତ୍ର, ସନ୍ଦୀପ ମହାନ୍ତି, କୃଷ୍ଣ ମହାରଣା, ସୁସ୍ମିନ ପାଲଟାସିଂହ, ରହମଦ୍‌, ଗୋପାଳ କୃ‌ଷ୍ଣ ନାୟକ, ସନ୍ଦୀପ ଦାସ, ଦିଲୀପ ଜେନା, ମଣ୍ଟୁ ଯୋଷୀ ଓ ଭବାନୀ ଶଙ୍କର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।

ସ୍ବର୍ଣ୍ଣ ବିଜେତା: ଏ ସାଇ ପ୍ରଭା (୨ ସ୍ବର୍ଣ୍ଣ), ଶୁଭମ ଦାସ, ରେୟାଂଶ ଶ୍ୟାମ, ଗୌତମ ମହାନ୍ତ, ଅର୍ଣ୍ଣବ କୁମାର ବିଶୋଇ, ପୀୟୂଷ ପତି, ଅଲିସା ସୁବୁଦ୍ଧି, ଅମେଶୀ ଝା, ଶୃତିପ୍ରିୟା ମହାନ୍ତି, ବଲବୀର ଶତପଥୀ, ରିତେଶ ଦାସ, ଋତ୍ରୁମ୍ବରା ସିଂହ, ସାଇ ସିଦ୍ଧି ମହାନ୍ତ, ପାରୁଲ ସ୍ବାଇଁ, ସୁରଭି ପଣ୍ଡା, ଅଭିଷ୍ପା ହୋତା, ଆଦ୍ୟ ପ୍ରିୟଦର୍ଶିନୀ ସାହୁ, ତପସ୍ବିନୀ ନାୟକ, ଆର୍ଯ୍ୟ ବଂଶିକା, ଚଣ୍ଡକ ଯୁବରାଜ, ଫତିମା ପରୱିଜ, ଅର୍ଶିତା ପ୍ରିୟଦର୍ଶନୀ, ଶୁଭଲକ୍ଷ୍ମୀ କବି, ରୋହନ କୁମାର ସାହୁ, ଶୁଭମ ମହାରଣା, ଶ୍ରେୟା ସାମନ୍ତରାୟ, ଅଂଶୁମାନ ଆଚାର୍ଯ୍ୟ, ପୁନିତ କୁମାର ମହାନ୍ତ, ଦେବ ପ୍ରସାଦ ମାର୍ଥା, କାଜଲ ଆଚାର୍ଯ୍ୟ, ଆୟାନ ପ୍ରଧାନ, ଆକାଂକ୍ଷା ମହାନ୍ତି, ବୈଶାଳୀ ପାତ୍ର, ଆଞ୍ଜେଲ ଅଭିସିକ୍ତା ମିନାଇକା, ଆକାଶ ସାଗର, ଅର୍ଣ୍ଣଦିତ୍ୟା ସ୍ବାଇଁ, ବୈଷ୍ଣବୀ ବେହେରା, ଅରନ୍‌ଦିତ୍ୟ ସ୍ବାଇଁ, ଶ୍ରେଷ୍ଠା ମିଶ୍ର, ଈଶାନୀ ପଣ୍ଡା, ବିଶ୍ବଦୀପ ବେହେରା, ନକ୍ଷ ପୋଦ୍ଦାର, ଶ୍ରୀଦୀଶ ମହାପାତ୍ର, ବିଶ୍ବଜିତ ବେହେରା, ଊର୍ଜା ସାମନ୍ତ, ପ୍ରିୟଦର୍ଶିନୀ ମହାପାତ୍ର, ଅଂଶିତା ଓଝା, ରାଜେଶ୍ବରୀ ସିଂହ, ଦେବାଂଶୀ ରକ୍ଷିତା, ସାଇ କ୍ରୀଷ୍ଣା ଦାସ, ଆକାଶ ସାଗର, କସ୍ମିତ ମହାନ୍ତି, ଏମ୍‌ ସାଇ ହେମାକେଶ, ବଦ୍ରି ନାରାୟଣ ସାହୁ, ଆୟୁଷ ପାତ୍ର, ଶାଶ୍ବତ ମହାନ୍ତି।

ସମ୍ବନ୍ଧିତ ଖବର