ରାଜ୍ୟ କନିଷ୍ଠ ସ୍ନକର: ରାହୁଲ ବିଜେତା

କଟକ: କଟକ କ୍ଲବ୍‌ରେ ଚାଲିଥିବା ରାଜ୍ୟ ବିଲିୟାର୍ଡ୍ସ ଓ ସ୍ନକର ପ୍ରତିଯୋଗିତାର କନିଷ୍ଠ ବର୍ଗରେ ରାହୁଲ୍‌ ନାଏକ ବିଜେତା ହୋଇଛନ୍ତି। ଗୁରୁବାର ଫାଇନାଲରେ ରାହୁଲ ୩-୦ରେ ଅବିନାଶ ମହାପାତ୍ରଙ୍କୁ ହରାଇ ଟ୍ରଫି ଜିତି ନେଇଛନ୍ତି। ସେମିଫାଇନାଲରେ ଶାନ୍ତନୁ କହଁରଙ୍କୁ ୨-୧ରେ ହରାଇଥିବା ରାହୁଲ ଫାଇନାଲ୍‌ର ପ୍ରଥମ ତିନି ରାଉଣ୍ଡକୁ ସିଧାସଳଖ ୪୪-୩୩, ୭୫-୫୧, ୪୭-୨୯ରେ ଜିତିଯାଇଥିଲେ। ଏହା ପୂର୍ବରୁ ରାହୁଲ ଜାତୀୟ ଉପ କନିଷ୍ଠରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିସାରିଥିଲେ ବି ଏହା ହେଉଛି ତାଙ୍କର ପ୍ରଥମ ଟ୍ରଫି। ଅନ୍ୟପକ୍ଷରେ ବରିଷ୍ଠ ବିଭାଗରେ ସୁବ୍ରତ ଦାସ ଓ କୁନାଲ ଅଗ୍ରଓ୍ଵାଲ ଫାଇନାଲ୍‌ରେ ମୁହାଁମୁହିଁ ହେବେ। ଗୁରୁବାର ସେମିଫାଇନାଲରେ ସୁବ୍ରତ ୩-୦ରେ ରାକେଶ ରୋଶନ ପ୍ରଧାନଙ୍କୁ ଏବଂ କୁନାଲ ୩-୦ରେ ଅମୀୟ ରଂଜନ ନାୟକଙ୍କୁ ହରାଇଥିଲେ। ଶୁକ୍ରବାର ବରିଷ୍ଠ ବିଭାଗର ଫାଇନାଲ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର