ରାଜ୍ୟ କନିଷ୍ଠ ଟେନିସ୍:ରିୟା, ରାହୁଲ, ଆହାନ, ଲଲିତ ବିଜେତା

ମେଣ୍ଢାଶାଳ: ସ୍ଥାନୀୟ ଗୁରୁକୁଳ ଟେନିସ୍ ରିସର୍ଟସରେ ଚାଲିଥିବା ରାଜ୍ୟ କନିଷ୍ଠ ଟେନିସ୍ ପ୍ରତିଯୋଗିତାର ୧୬ ବର୍ଷରୁ କମ୍ ବାଳିକାରେ ରିୟା ମର୍ଦରାଜ ଓ ବ‌ାଳକରେ ରାହୁଲ ବେହେରା ଏବଂ ୧୨ ବର୍ଷରୁ କମ୍ ବାଳିକାରେ ଆହାନ ଓ ବାଳକରେ ଲଲିତ ଟୁଡ଼ୁ ବିଜେତା ହୋଇଛନ୍ତି। ସେହିପରି ୧୬ ବର୍ଷରୁ କମ୍‌ ବାଳକ ଯୁଗଳରେ ରାହୁଲ ଓ ସଂଗ୍ରାମ କୁମାର ପାତ୍ର ଏବଂ ୧୨ ବର୍ଷରୁ କମ୍‌‌େର ଶୁଭ୍ରନିଲ ବର୍ମାନ୍‌ ଓ ଆଦିତ୍ୟ ଯୋର୍ଡାନ୍‌ ବିଜେତା ହୋଇଥିଲେ। ୧୬ ବର୍ଷରୁ କମ୍‌ ଫାଇନାଲ୍‌ରେ ରିୟା ୯-୧ରେ ଅକ୍ରିତିଙ୍କୁ, ରାହୁଲ ୧-୬, ୯-୮ରେ ସଂଗ୍ରାମଙ୍କୁ ଏବଂ ଯୁଗଳ‌େର ରାହୁଲ ଓ ସଂଗ୍ରାମ ୮-୪ରେ ବି ବେହେରା ଓ ଏ ମହାପାତ୍ରଙ୍କୁ ହରାଇ ଟ୍ରଫି କରାୟତ କରିଥିଲେ। ୧୨ ବର୍ଷରୁ କମ୍‌‌େର ଆହାନ୍‌ ୯-୨ରେ ଏନ୍‌ ‌େବୖଷ୍ଣବୀଙ୍କୁ, ଲଲିତ ୯-୧ରେ ଅକ୍ଷାନ୍ତ ବେଉରିଆଙ୍କୁ ଏବଂ ଯୁଗଳରେ ଶୁଭ୍ରନିଲ ଓ ଆଦିତ୍ୟ ୮-୫ରେ କମଲେଶ ରଥ ଓ ଅଙ୍କିତ ସାହୁଙ୍କୁ ହରାଇଥିଲେ। ଉଦ୍‌ଯାପନୀ ଉତ୍ସବରେ ବରିଷ୍ଠ ଡାକ୍ତର ପ୍ରତାପ କୁମାର ପ୍ରଧାନ, ‌େ‌ଜକେ କଲେଜ ଅଫ୍‌ ବ୍ୟାଙ୍କିଙ୍ଗ୍‌ର ନି‌େର୍ଦଶକ ଜିତେନ କୁମାର ନାଥ, ଗୁରୁକୁଳ ଟେନିସ୍‌ ଏକାଡେମି ନିର୍ଦେଶକ ସନ୍ତୋଷ କୁମାର ମଲ୍ଲିକ ଏବଂ ଓଡ଼ିଶାର ଏକ ନମ୍ବର ଟେନିସ୍‌ ଖେଳାଳି ଚିନ୍ମୟ ପ୍ରଧାନ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର