ରାଜ୍ୟ କରାଟେ: ଭୁବନେଶ୍ବର ବି‌ଜେତା; ଓଡ଼ିଶା ପୁଲିସ ରନର୍ସ

ଭୁବନେଶ୍ବର: ରବିବାର ୩୩ତମ ରାଜ୍ୟ ବରିଷ୍ଠ ଏବଂ ୨୧ ବର୍ଷରୁ କମ୍‌ ବାଳକ, ବାଳିକା କରାଟେ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ଉତ୍କଳ କରାଟେ ସ୍କୁଲ୍‌ଠାରେ ଶେଷ ହୋଇଥିବା ଏହି ପ୍ରତିଯୋଗିତାରେ ମୋଟ ୧୫୦ କରାଟେକା ଭାଗ ନେଇଥିଲେ। ଭୁବନେଶ୍ବର ଦଳଗତ ବିଜେତା ହୋଇଥିଲା ବେଳେ ଓଡ଼ିଶା ପୁଲିସ ରନର୍ସ ହୋଇଛି। ଦଳଗତ ବିଜେତା ଭୁବନେଶ୍ବର ୧୫ ସ୍ବର୍ଣ୍ଣ, ୧୨ ରୌପ୍ୟ ଓ ୧୩ କାଂସ୍ୟ ସହ ମୋଟ ୪୦ ପଦକ ଜିତିଥିଲା ବେଳେ ଉପବିଜେତା ପୁଲିସ ଦଳ ମୋଟ ୬ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୩ କାଂସ୍ୟ ସହ ମୋଟ ୧୨ ପଦକ ଜିତିଥିଲା।

ଉଦ୍‌ଯାପନୀ ଉତ୍ସବରେ ‘ମୋ କଲେଜ’ର ଅଧ୍ୟକ୍ଷ ତଥା ସିନେ ତାରକା ଆକାଶ ଦାସନାୟକ ଏବଂ ଲେଡିଜ୍‌ ସର୍କଲ ଅଧ୍ୟକ୍ଷା ଲିପ୍‌ସା ହଂସ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥି‌ଲେ। ଓଡ଼ିଶା ରାଜ୍ୟ କରାଟେ ସଂଘର ସଂପାଦକ ଡଃ ଗୌରୀ ମହାନ୍ତି ଅଧ୍ୟକ୍ଷତା କରିଥିଲା ବେଳେ ଉତ୍କଳ କରାଟେ ସ୍କୁଲ୍‌ ସଂପାଦକ ଡଃ ହରିପ୍ରସାଦ ପଟ୍ଟନାୟକ ଦୁଇଦିନିଆ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।

ଅଙ୍କିତା ସାହୁ, ଭଗବାନ ରେଡ୍ଡୀ, ତୁଷାର ବିଶ୍ବାଳ, କୃଷ୍ଣଚନ୍ଦ୍ର ମହାରଣା, ଭାଲିନା ଭାଲେଣ୍ଟିନା, ମହେଶ ଦୋରା, ଅଭିଷେକ ପଟ୍ଟନାୟକ, ସୁମନ ଶେଖର ଦାସ, ରିତେଶ ରାୟ, କାମେଶ ମହାପାତ୍ର, ସିନ୍ଧୁତନୟା ଖୁଣ୍ଟିଆ, ଅନୁପମା ସ୍ବାଇଁ, ଚିନ୍ମୟୀ ଭୂୟାଁ, ପାୟଲ ବରାଳ, ଅନୁରାଧା ପାତ୍ର, ଦୀପ୍ତିରାଣୀ ନାୟକ, ଲୋମା ସ୍ବାଇଁ, ସ୍ବାଗତିକା ସାହୁ, ରାହୁଲ ଜାଲ, ମୋନାଲି ସାହୁ, ସାଲୋନୀ ଲେଙ୍କା, ଆରୢନ୍‌ ରାଉତ, ହିମାଂଶୁ ଶେଖର ପଣ୍ଡା, ପ୍ରିୟାଂଶୁ ମିଶ୍ର ପ୍ରମୁଖ ନିଜ ନିଜ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଭାଲିନା ଭାଲେଣ୍ଟିନା, ଭଗବାନ ରେଡ୍ଡୀ, ସୁମନ ଶେଖର ଦାସ ଓ ମହେଶ ଦୋରା ୨ଟି ଲେଖାଏଁ ସ୍ବର୍ଣ୍ଣ ପଦକ ଜିତିଥିଲେ। ପୁରୁଷ ଦଳଗତ କାଟାରେ ସ୍ବର୍ଣ୍ଣ ଜିତିଥିଲେ କୃଷ୍ଣା ଶିକାରୀ, ଯୋଗେଶ ବେରିହା ଓ ମହେଶ ଦୋରା। ସେହିଭଳି ମହିଳାରେ ଭାଲିନା ଭାଲେଣ୍ଟିନା, ସୁରୋମିତା ସିହ୍ନା, ଅକିତା ସାହୁ ଭୁବନେଶ୍ବର ପାଇଁ ସ୍ବର୍ଣ୍ଣ ଜିତିଥିଲେ।

ସମ୍ବନ୍ଧିତ ଖବର