ରାଜ୍ୟ କରାଟେ ପ୍ରତିଯୋଗିତା ଆଜିଠୁ

ଭୁବନେଶ୍ୱର: ରାଜ୍ୟ କରାଟେ ପ୍ରତିଯୋଗିତା ଶନିବାର ଏବଂ ରବିବାର ଦୁଇ ଦିନ ଧରି ଭୁବନେଶ୍ୱରସ୍ଥିତ ଉତ୍କଳ କରାଟ ସ୍କୁଲ୍‌ଠାରେ ଆୟୋଜିତ ହେବ। ଉଭୟ ବରିଷ୍ଠ ଓ କନିଷ୍ଠ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଏଥିରେ ୨୬ ଜିଲ୍ଲାରୁ ୩୦୦ରୁ ଅଧିକ ପ୍ରତିଯୋଗୀ ଏବଂ ୫୦ ଅଧିକାରୀ ଯୋଗଦେବାର ସମ୍ଭାବନା ରହିଛି ବୋଲି ରାଜ୍ୟ କରାଟେ ଡୋ ସଂଘର ସମ୍ପାଦକ ଡକ୍ଟର ହରି ପ୍ରସାଦ ପଟ୍ଟନାୟକ ସୂଚନା ଦେଇଛନ୍ତି। ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କରାଟେକାମାନେ ଅଗକୁ ହେବାକୁ ଥିବା ଜାତୀୟ ପ୍ରତିଯୋଗିତା ଅଂଶଗ୍ରହଣ ପାଇଁ ମନୋନୀତ ହେବେ। ଉଦ୍‌ଘାଟନୀ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ଉଦ୍‌ଯାପନୀ ଉତ୍ସବରେ ଉତ୍କଳ ସଂସ୍କୃତି ବିଦ୍ୟାଳୟ କୁଳପତି ବିମଳେନ୍ଦୁ ମହାନ୍ତି ଯୋଗଦେବାକୁ ସମ୍ମତି ଦେଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର