ରାଜ୍ୟ କରାଟେ ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ବର: ଜୟପୁର ଇନ୍‌ଡୋର୍‌ ‌ଷ୍ଟାଡିୟମଠାରେ ଶନିବାରଠୁ ୩୦ତମ ରାଜ୍ୟ ବରିଷ୍ଠ କରାଟେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏଥିରେ ୨୨ ଜିଲ୍ଲାରୁ ଉଭୟ ପୁରୁଷ ଓ ମହିଳା ବର୍ଗରେ ୨୫୦ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଏଥିସହ ଏହି ପ୍ରତିଯୋଗିତାକୁ ପରିଚାଳନା ଲାଗି ୫୦ ଜଣ ରେଫରି ନିଯୁକ୍ତ ହୋଇଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଅତିଥିଭାବେ ବିଧାୟକ ତାରାପ୍ରସାଦ ବାହିନୀପତି, ଉପଜିଲ୍ଲାପାଳ ଲୋକନାଥ ଦଳବେହେରା, ସିହାନ୍‌ ହରିପ୍ରସାଦ ପଟ୍ଟନାୟକ, ଓଡ଼ିଶା ରାଜ୍ୟ କରାଟେ ସଂଘ ସମ୍ପାଦକ ସନତ କୁମାର ନାୟକ, ଉପସଭାପତି ରବି ନାୟକ, ବୁନୁ ଦାଶ, ଜୟଦେବ ପଟ୍ଟନାୟକ, ମୁନା ସିଂହଲାଲ୍‌ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମ ଦିବସରେ ବରିଷ୍ଠ ମହିଳା କାଟାରେ ଭାଲିନା ଭାଲେଣ୍ଟିନା, ପୁରୁଷ କାଟାରେ ସଂକେତ କୁମାର ନାୟକ, ବରିଷ୍ଠ ମହିଳା ୪୫ କେଜିରୁ କମ୍‌ରେ ସିନ୍ଧୁ ତନୟା ଖୁଣ୍ଟିଆ, ୫୦ କେଜିରୁ କମ୍‌ରେ ପ୍ରିୟଦର୍ଶିନୀ ଘଟୁଆରୀ, ୫୫ କେଜିରୁ କମ୍‌ରେ ଅନୁପମା ସ୍ବାଇଁ, ୬୧ କେଜିରୁ କମ୍‌ରେ ଅନୁରାଧା ପାତ୍ର, ୬୮ କେଜିରୁ କମ୍‌ରେ ପାୟଲ ବରାଳ, ୬୮ କେଜିରୁ ଅଧିକରେ ଏସ୍‌ କୃଷ୍ଣା କସ୍ତୁରୀ ଏବଂ ବରିଷ୍ଠ ପୁରୁଷ ଦଳଗତ କାଟାରେ ଖୋର୍ଧା ପ୍ରଥମ ସ୍ଥାନ ଅକ୍ତିଆର କରିଛି।

ସମ୍ବନ୍ଧିତ ଖବର