ଭୁବନେଶ୍ବର: ଦକ୍ଷିଣ ଆଫ୍ରିକାର ଡର୍ବାନରେ ଆୟୋଜିତ ଏକାଦଶ ରାଜ୍ୟଗୋଷ୍ଠୀ କରାଟେ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିମାନେ ୪ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୫ କାଂସ୍ୟ ସହ ମୋଟ ୧୧ ପଦକ ଜିତି ଇତିହାସ ରଚିଛନ୍ତି। ସୁରୋମିତା ସିହ୍ନା ବ୍ୟକ୍ତିଗତ ଓ ଦଳଗତ କାଟାରେ ସ୍ବର୍ଣ୍ଣ ପଦକ ଜିତି ଉଲ୍ଲେଖନୀୟ ଅବଦାନ ରଖିଛନ୍ତି। ରାଜ୍ୟ ଓ ଜାତୀୟ କରାଟେ ପ୍ରତିଯୋଗିତାର ପ୍ରଦର୍ଶନ ଆଧାରରେ ଏହି ପ୍ରତିଯୋଗିତାରେ ୧୬ଜଣ ଓଡ଼ିଆ କରାଟେକା ଭାରତୀୟ ଦଳର ପ୍ରତିନିଧିତ୍ବ କରୁଥିଲେ। ପଦକ ଜିତିଥିବା ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଶୁଭକାନ୍ତ ବିଶ୍ବାଳ ୧୨ ବର୍ଷରୁ କମ୍ କୁମିତେ ସ୍ବର୍ଣ୍ଣ, ଭାଲିନା ଭାଲେଣ୍ଟିନା-ସୁରୋମିତା ସିହ୍ନା ବରିଷ୍ଠ ମହିଳା କାଟା ଦଳଗତ ସ୍ବର୍ଣ୍ଣ, ସୁରୋମିତା ସିହ୍ନା ୨୧ବର୍ଷରୁ କମ୍ ମହିଳା ବ୍ୟକ୍ତିଗତ କାଟା ସ୍ବର୍ଣ୍ଣ, ଆଲିସା ସୁବୁଦ୍ଧି କ୍ୟାଡେଟ୍ ବ୍ୟକ୍ତିଗତ ବାଳିକା କାଟା ସ୍ବର୍ଣ୍ଣ, ପୁଲକ ପାଢ଼ୀ-ସୂର୍ଯ୍ୟପ୍ରକାଶ ଘଡ଼େଇ-ଆର୍ଯ୍ୟବ୍ରତ ବିଶ୍ବାଳ କନିଷ୍ଠ ପୁରୁଷ ଦଳଗତ କାଟା ରୌପ୍ୟ, ପ୍ରିୟଦର୍ଶିନୀ ସାହୁ-ସୁପ୍ରିୟା ମହାନ୍ତି-ଅମୈଶୀ ଝା-ତମନ୍ନା ମେହେର କନିଷ୍ଠ ମହିଳା ଦଳଗତ କାଟା ରୌପ୍ୟ, ରିତେଶ ରାୟ ବରିଷ୍ଠ ପୁରୁଷ କୁମିତେ କାଂସ୍ୟ, ଲୋମା ସ୍ବାଇଁ ବରିଷ୍ଠ ମହିଳା କୁମିତେ କାଂସ୍ୟ, ଭାଲିନା ଭାଲେଣ୍ଟିନା ବରିଷ୍ଠ ମହିଳା କାଟା କାଂସ୍ୟ, ପୁନିତ କୁମାର ମାହାନ୍ତ କ୍ୟାଡେଟ୍ କାଟା କାଂସ୍ୟ, ବେଦାନ୍ତ ଦାସ ୨୧ବର୍ଷରୁ କମ୍ ବ୍ୟକ୍ତିଗତ କାଟା କାଂସ୍ୟ। ସମସ୍ତ ବିଜୟୀ ପ୍ରତିଯୋଗୀଙ୍କୁ ଓଡ଼ିଶା ରାଜ୍ୟ କରାଟେ ସଂଘ ତରଫରୁ ଅଭିନନ୍ଦନ ଓ ଶୁଭକାମନା ପ୍ରଦାନ କରାଯାଇଛି।
ରାଜ୍ୟଗୋଷ୍ଠୀ କରାଟେ: ଓଡ଼ିଶା ଖେଳାଳିଙ୍କ ଐତିହାସିକ ସଫଳତା
ଦକ୍ଷିଣ ଆଫ୍ରିକାର ଡର୍ବାନରେ ଆୟୋଜିତ ଏକାଦଶ ରାଜ୍ୟଗୋଷ୍ଠୀ କରାଟେ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିମାନେ ୪ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୫ କାଂସ୍ୟ ସହ ମୋଟ ୧୧ ପଦକ ଜିତି ଇତିହାସ ରଚିଛନ୍ତି।
/sambad/media/media_files/2024/12/01/XeRQPzfoOqs4qbo2adTQ.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)