ଭୁବନେଶ୍ବର: ଓଡ଼ିଶା ରାଜ୍ୟ କରାଟେ ସଂଘ ଆନୁକୂଲ୍ୟରେ ୩୩ତମ ରାଜ୍ୟ ଉପକନିଷ୍ଠ, କ୍ୟାଡେଟ୍‌ ଏବଂ କନିଷ୍ଠ କରାଟେ ପ୍ରତିଯୋଗିତା ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ଠାରେ ଆରମ୍ଭ ହୋଇଛି। ଏହି ଦୁଇଦିନିଆ ପ୍ରତିଯୋଗିତାରେ ୧୮ ଜିଲ୍ଲାରୁ ୪୦୦ କରାଟେକା ଭାଗ ନେଇଛନ୍ତି। ବିଭିନ୍ନ ଜିଲ୍ଲାରୁ ୩୦ରୁ ଅଧିକ ଅଧିକାରୀ ଏଥିରେ ସାମିଲ ଅଛନ୍ତି। ଏଥିରୁ ଉତ୍ତୀର୍ଣ୍ଣ ପ୍ରତିଯୋଗୀ ଆଗାମୀ ଜାତୀୟ ପ୍ରତିଯୋଗିତାରେ ଭାଗନେବେ। ରାଜ୍ୟ କରାଟେ ସଂଘର ସଭାପତି ଡ. ହରିପ୍ରସାଦ ପଟ୍ଟନାୟକ, ସଂପାଦକ ଡ. ଗୌରୀ ମହାନ୍ତି, ରାଜ୍ୟ ସଂଘର ଉପସଭାପତି ସନତ ନାୟକ, କାଳିପ୍ରସାଦ ନନ୍ଦ ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ।

Advertisment

ପ୍ରଥମ ଦିନ ୨୪ ବର୍ଗରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଏଥିରେ ବିଭିନ୍ନ ବୟସ ବର୍ଗରେ କୈଭବ ପଟ୍ଟନାୟକ, କର ଆର୍ଯ୍ୟଦେବ ମହାପାତ୍ର, ଊର୍ଜା ସାମନ୍ତ, ଅଲିଶା ସୁବୁଦ୍ଧି, ଶ୍ରେୟାଂଶୁ ସିହାଲ, ଡାନିଏଲ୍‌ ଜାନୀ, ଆଲିଶା ଚୌହାନ, ରୋହନ ଦୂରିଆ, ହର୍ଷଦ କୁମାର, ଋତୁମ୍ଭରା ସିଂହ (୨ ବର୍ଗରେ), ନନ୍ଦିନୀ ନାଏର, ସୁରଭୀ ପଣ୍ଡା, ଅନିତେଜ ସାଇ ରେଡ୍ଡୀ ମୁନମ୍‌, ଶୁଭମ୍‌ ଦାସ, ଶୋଭନ ତ୍ରିପାଠୀ, ଓମ୍‌ ସତ୍ୟମ ମହାନ୍ତି, ତମନ୍ନା ମେହେର, ଅମେଇସି ଝା, ଆର୍ଯ୍ୟା ଭାନ୍‌ସିକା, ପୁନିତ କୁମାର ମହାନ୍ତି (୨ ବର୍ଗରେ), ଅନୁଷ୍କା ଦାସ, ପ୍ରିୟାଂଶୁ ପଣ୍ଡା ସ୍ବର୍ଣ୍ଣ ପଦକ ଜିତିଥିଲେ।