ରାଜ୍ୟ କରାଟେ ଆରମ୍ଭ

ଭୁବନେଶ୍ବର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ରେ ଶନିବାରଠୁ ଆରମ୍ଭ ହୋଇଛି ୩୧ତମ ରାଜ୍ୟ କନିଷ୍ଠ, କ୍ୟାଡେଟ୍‌ ଓ ୨୧ ବର୍ଷରୁ କମ୍‌ କରାଟେ ପ୍ରତିଯୋଗିତା। ଉଭୟ ପୁରୁଷ ଓ ମହିଳାରେ ୨୨ ଜିଲ୍ଲାରୁ ୧୭୫ କରାଟେକା ଭାଗ ନେଇଛନ୍ତି। ଆସନ୍ତା ଏପ୍ରିଲ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଆସାମର ଗୌହାଟୀରେ ଆୟୋଜିତ ହେବାକୁ ଥିବା ଜାତୀୟ ପ୍ରତିଯୋଗିତା ପାଇଁ ଏଠାରୁ କରାଟେକା ମନୋନୀତ ହେବେ। ତେବେ ଏହି ଦୁଇ ଦିନିଆ ପ୍ରତିଯୋଗିତାର ପ୍ରଥମ ଦିବସରେ ପୁରୁଷ କାଟା (୧୪-୧୫ ବର୍ଷ)ରେ ହୀତେଶ ପୋଦାର, ମହିଳା କାଟାରେ ଅକ୍ଷିତା ସାରା, ପୁରୁଷ କୁମିତେରେ ବାପି ସାହୁ (୫୨ କେଜିରୁ କମ୍‌), ଦେବାଶିଷ ଖାଲ୍‌କୋ (୫୭ କେଜିରୁ କମ୍‌), ତ୍ରିନାଥ ରାଣା (୬୩ କେଜିରୁ କମ୍‌), ଧୀରାଜ କୁମାର ଦାସ (୭୦ କେଜିରୁ କମ୍‌), ମହେଶ କୁମାର ସାହୁ (୭୦ କେଜିରୁ ଅଧିକ), ମହିଳା କୁମିତେରେ ଏସ୍‌ ବନ୍ୟାଶ୍ରୀ ରାଓ (୪୭ କେଜିରୁ କମ୍‌), ଅକ୍ଷିତା ସାରା (୫୪ କେଜିରୁ କମ୍‌), ମେର୍ଲିନ୍‌ ମନୀଷା (୫୪ କେଜିରୁ ଅଧିକ), ଭାରତୀ ବିଶ୍ବପ୍ରଭା ପତି (୪୮ କେଜିରୁ କମ୍‌) ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର