ରାଜ୍ୟ କରାଟେ: ଭୁବନେଶ୍ୱର ବିଜେତା

ଭୁବନେଶ୍ୱର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ଠାରେ ଚାଲିଥିବା ରାଜ୍ୟ କରାଟେ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ଏଥିରେ ଭୁବନେଶ୍ୱର ୧୪ ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୧୬ କାଂସ୍ୟ ସହ ଦଳଗତ ବିଜେତା ହୋଇଛି। ସ୍ୱର୍ଣ୍ଣ ପଦକ ବିଜେତାମାନେ ହେଲେ ସୁଦେସ୍ନା ମହାନ୍ତି (ଖୋର୍ଧା), ଗୌରବ କର (କଟକ), ମୋନାଲିସା ମିଶ୍ର (ରାଉରକେଲା), ରମଣ କୁମାର ସେଠୀ (ଭୁବନେଶ୍ୱର), ଇନ୍ଦୁଜା ମହାନ୍ତି (ଭୁବନେଶ୍ୱର), ଅଭିଷେକ ପଟ୍ଟନାୟକ (ରାଉରକେଲା), ବୈଭବ କୁମାର ମହାନ୍ତି (ଜୟପୁର), ରୀତେଶ ରାୟ (ଭୁବନେଶ୍ୱର), ସତ୍ୟମ ମହାନ୍ତି (ରାଉରକେଲା), ସଙ୍କେତ କୁମାର ନାୟକ (ଅନୁଗୁଳ), ଜ୍ୟୋର୍ତିମୟୀ ପ୍ରସାଦ (ଅନୁଗୁଳ), ଧନେଶ୍ୱର ବେଣ୍ଟା (ବରଗଡ଼), ଡି ଭଗବାନ ରେଡ୍ଡୀ (ଭୁବନେଶ୍ୱର), ଅନିରୁଦ୍ଧ ପ୍ରତାପ ସିଂହ (ଭୁବନେଶ୍ୱର), ଆଶୀର୍ବାଦ ବେହେରା (ଭୁବନେଶ୍ୱର), କୃଷ୍ଣ ଚନ୍ଦ୍ର ନାୟକ, ସାରାଦା ପ୍ରସାଦ ସାହୁ (ଭୁବନେଶ୍ୱର), ଆକାଶ ନାୟକ (କନ୍ଧମାଳ), ଭାଲିନା ଭାଲେଣ୍ଟିନା (ଭୁବନେଶ୍ୱର), ଅଭିଷେକ ପଟ୍ଟନାୟକ (ରାଉରକେଲା), କୃଷ୍ଣ ଶିକାରୀ (ଭୁବନେଶ୍ୱର), ସୁଶମିନି ପାଲ୍‌ଟାସିଂହ (ଭୁବନେଶ୍ୱର), ଇନ୍ଦୁଜା ମହାନ୍ତି (ଭୁବନେଶ୍ୱର), ଅନୁପମା ସ୍ୱାଇଁ (ଭୁବନେଶ୍ୱର), ପାୟଲ ବରାଳ (ଭୁବନେଶ୍ୱର) ଏବଂ ଅନନ୍ଦ ଚନ୍ଦ୍ର ବିହାରି (କୋରାପୁଟ)। ମୁଖ୍ୟ ଅତିଥି ଭାବେ ସାଂସଦ ଡକ୍ଟର ପ୍ରସନ୍ନ କୁମାର ପାଟଶାଣୀ ଯୋଗ ଦେଇ ପୁରସ୍କାର ବଣ୍ଟନ କରିଥିଲେ।

ସମ୍ବନ୍ଧିତ ଖବର