କଟକ: ଓଡିଶା ଖୋଖୋ ସଂଘ ଓ ଆଠଗଡ ଖୋଖୋ ସଂଘ ମିଳିତ ସହଯୋଗରେ ଆଠଗଡ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡିଆରେ ଚାଲିଥିବା ୧୯ତମ ରାଜ୍ୟ ଖୋଖୋ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ପୁରୁଷ ବିଭାଗରେ ବାଲେଶ୍ୱର ବିଜେତା ଓ କିସ୍ ଉପବିଜେତା ହୋଇଥିବା ବେଳେ କଟକ ତୃତୀୟ ସ୍ଥାନରେ ରହିଥିଲା। ସେହିପରି ମହିଳା ବିଭାଗରେ କିସ୍ ବିଶ୍ୱବିଦ୍ୟାଳୟ ବିଜେତା ଓ ବାଲେଶ୍ୱର ଉପ ବିଜେତା ହୋଇଥିଲା ବେଳେ ପୁରୀ ତୃତୀୟ ସ୍ଥାନ ପାଇଥିଲା। ପୁରୁଷ ବିଭାଗରେ ଶ୍ରେଷ୍ଠ ଖେଳାଳି ଭାବେ କିସ୍ର ଅର୍ଜୁନ ସିଂ ଓ ମହିଳା ବିଭାଗରେ ଶୁଭଶ୍ରୀ ସିଂଙ୍କୁ ପୁରସ୍କୃତ କରାଯାଇଥିଲା। ପୁରୁଷ ବିଭାଗରେ ଜଗନ୍ନାଥ ମୁର୍ମୁ ଶ୍ରେଷ୍ଠ ରନର୍, ତପନ ସିଂ ଶ୍ରେଷ୍ଠ ଚେଜର୍ ଏବଂ ମହିଳା ବିଭାଗରେ ମନ୍ଦାକିନୀ ମାଝୀ ଶ୍ରେଷ୍ଠ ରନର୍, ସବନମ୍ ଖାତୁନ୍ ଶ୍ରେଷ୍ଠ ଚେଜର୍ ଭାବେ ପୁରସ୍କୃତ ହୋଇଥିଲେ। ପୁରୁଷ ବିଭାଗର ଶ୍ରେଷ୍ଠ ନବାଗତ ଖେଳାଳି ଭାବେ ଅଲିଆ ଶବର, ଟି ବଳରାମ ଦାସ, ସୁରେଶ ସେଠୀ, ମହିଳା ବିଭାଗର ଟି ପୂଜା, ରୋଜାଲିନ ଗୋଛି, ନିତ୍ୟା ସୋରେନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା।
ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଠଗଡ ଏନ୍ଏସି ନଗରପାଳ ସୁଚିତ୍ରା ସାହୁ, ସମ୍ମାନିତ ଅତିଥି ଭାବେ ଆଠଗଡ ନଗର ବିଜେଡି ସଭାପତି ପ୍ରଦୀପ୍ତ ଦାସ, ପୂର୍ବତନ ନଗରପାଳ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ, ଓଡିଶା ଖୋଖୋ ସଂଘ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଆଠଗଡ ଖୋ ଖୋ ସଂଘ ସଭାପତି ଲକ୍ଷ୍ମୀନାରାୟଣ ଭଞ୍ଜ, ଉପ ସଭାପତି ମନୋରଂଜନ ଦାସ, ଦେଓଗଡ଼ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ ପ୍ରମୁଖ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଏହି ପ୍ରତିଯୋଗିତାରେ ୧୮ ବାଳକ ଓ ୧୫ ବାଳିକା ଦଳରୁ ମୋଟ ୫୨୪ ଖେଳାଳି ଅଂଶଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/Kho-Kho-women-champion-KISS.jpg)