ରାଜ୍ୟସ୍ତରୀୟ କିକ୍‌ ବକ୍ସିଂ: ଖୋର୍ଧା ବିଜେତା

ବଲାଙ୍ଗୀର: ବଲାଙ୍ଗୀର କୋଶଲ କଳାମଣ୍ଡଳରେ ଚାଲିଥିବା ୨୨ତମ ରାଜ୍ୟସ୍ତରୀୟ କିକ୍‌ ବକ୍ସିଂ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ଏହି ପ୍ରତିଯୋଗିତାର ୬୫ କେଜି ବର୍ଗରେ ବଲାଙ୍ଗୀରର ରୁସ୍ତମ ନାଏକ, ୬୦ କେଜିରେ ରୋହିତ ସନ୍ୟାସୀ, ୮୦ କେଜିରେ ବରଗଡ ଜିଲ୍ଲାର ସଚିନ ମହନ୍ତ ଓ ବଲାଙ୍ଗୀର ବଡମାଳର ଉମାଶଙ୍କର ପାତ୍ର ବିଜେତା ହୋଇଛନ୍ତି। ସେହିପରି ଦଳଗତ ବର୍ଗରେ ଖୋର୍ଧା ଜିଲ୍ଲା ୨୫ ସ୍ୱର୍ଣ୍ଣ, ୧୭ ରୌପ୍ୟ ଓ ୧୩ କାଂସ୍ୟ ପଦକ ପାଇ ବିଜେତା ହୋଇଥିଲା ବେଳେ ୯ ସ୍ୱର୍ଣ୍ଣ, ୯ ରୌପ୍ୟ ଓ ୫ କାଂସ୍ୟ ପଦକ ପାଇ ବଲାଙ୍ଗୀର ଦ୍ୱିତୀୟ ଓ ବରଗଡ ଜିଲ୍ଲା ୪ ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୨୧ କାଂସ୍ୟ ପଦକ ପାଇ ତୃତୀୟ ହୋଇଛି। ଉଦ୍‌ଯାପନୀ ଉତ୍ସବରେ ଆନ୍ତର୍ଜାତୀୟ ମହିଳା କ୍ରିକେଟର ମାଧୁରୀ ମେହେଟ୍ଟା, ଭାରତ କିକ୍‌ ବକ୍ସିଂ ସଂଘର ସଭାପତି ଏସ୍‌ଏସ୍‌ ହରିଚନ୍ଦନ, ସଂପାଦକ ପ୍ରଦ୍ୟୁମ୍ନ ବେହେରା, ରାଜ୍ୟ ସଂଘର ସଂପାଦକ ବିଭୂତି ଭୂଷଣ ବେହେରା, ବଲାଙ୍ଗୀର ଜିଲ୍ଲା କିକ୍‌ ବକ୍ସିଂ ସଂଘର ସଭାପତି ତପନ ପାଣିଗ୍ରାହୀ, ସଂପାଦକ ଯୁଧିଷ୍ଟିର ଗୁରହାଣ୍ଡି ପ୍ରମୁଖ ମଞ୍ଚାସୀନ ଥିଲେ।

ସମ୍ବନ୍ଧିତ ଖବର