ଭୁବନେଶ୍ୱର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍ ପରିସରରେ ଚାଲିଥିବା ରାଜ୍ୟ କୁସ୍ତି ପ୍ରତିଯୋଗିତା ରବିବାର ରାତିରେ ଉଦ୍ଯାପିତ ହୋଇଯାଇଛି। ବିଭିନ୍ନ ବିଭାଗରେ ରାଜୀବ ସୋରେନ୍, କେଶବ ଚନ୍ଦ୍ର ନାଏକ, କିଶିଙ୍ଗଓ୍ଵା ବାଗ, ତାପସ ବେହେରା, ଲୋକନାଥ ସୁପକାର, କିରଣ ଦଳାଇ, ଅଭିଜିତ କୁଣ୍ଡଳିଆ, ଶୀଲାଶଙ୍କର ରାଏ, ଅନ୍ନପୂର୍ଣ୍ଣା ଜେନା, ସୁଭଶ୍ରୀ ବେହେରା, ସୁଭଶ୍ରୀ ନାଏକ, ରୋଜାଲିନ୍ ପାଲ, ସୁଶ୍ରୀ ସଂଗୀତା ମହାପାତ୍ର, ସ୍ୱର୍ଣ୍ଣଲକ୍ଷ୍ମୀ ନାଏକ, ସୁଲଗ୍ନା ନାଏକ, ଅନୁପମା ସ୍ୱାଇଁ, ଅମ୍ବାଳିକା ଜେନା ଏବଂ ଅଜିମା ବେଗମ୍ ପ୍ରଥମ ସ୍ଥାନ ଦଖଲ କରିଥିଲେ। ରାମଚନ୍ଦ୍ର ପାଢ଼ୀ, ବିନୋଦ ଦାସ, ନାରାୟଣ ନାୟକ, ଜନାର୍ଦ୍ଦନ ସିଂହ, ରାଜେଶ କୁମାର, ସୁଶ୍ରୀ ମନୀଷା ସାମଲ, ନାରାୟଣ ବେହେରା, ପବିତ୍ର ରାଉତ, ସନ୍ତୋଷ କୁମାର ଦାସ, ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ, ନେତ୍ରାନନ୍ଦ ତରାଇ, କୃଷ୍ଣଚନ୍ଦ୍ର ପଣ୍ଡା, ରବିନାରାୟଣ ପ୍ରତିହାରୀ, କିଶୋର ବେହେରା ପ୍ରମୁଖ ମୁକାବିଲା ପରିଚାଳନା କରିଥିଲେ। ଉଦ୍ଯାପନୀ ଉତ୍ସବରେ ପୁଲିସ୍ କମିଶନର୍ ଓ୍ଵାଇବି ଖୁରାନିଆ, ମେୟର ଅନନ୍ତ ନାରୟଣ ଜେନା, କର୍ପୋରେଟର୍ ଦେବାଶିଷ ସିଟ୍, ଗଣଶିକ୍ଷା ବିଭାଗ ଯୁଗ୍ମ ସଚିବ ସୁଶ୍ରୀ ଶୁଭଶ୍ରୀ ନନ୍ଦ ଅତିଥି ଭାବେ ଯୋଗ ଦେଇଥିଲେ। ଡକ୍ଟର ହରିପ୍ରସାଦ ପଟ୍ଟନାୟକ ଏବଂ ଚିତ୍ତରଂଜନ ସ୍ୱାଇଁ ସଭା କାର୍ଯ୍ୟ ପରିଚାଳନା କରିଥିଲେ।
ରାଜ୍ୟ କୁସ୍ତି ଉଦ୍ଯାପିତ
/sambad/media/post_attachments/wp-content/uploads/2018/01/state-kusti.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)