ରାଜ୍ୟ କୁସ୍ତି ଆଜିଠୁ

ଭୁବନେଶ୍ୱର: ଓଡ଼ିଶା କୁସ୍ତି ସଂଘ ଏବଂ ଖୋର୍ଧା କୁସ୍ତି ସଂଘ ଆନୁକୂଲ୍ୟରେ ଉତ୍କଳ କରାଟେ ସ୍କୁଲ୍‌ଠାରେ ଶନିବାରଠୁ ଦୁଇ ଦିନିଆ ରାଜ୍ୟ କୁସ୍ତି ପ୍ରତିଯୋଗିତା ଆରମ୍ଭ ହେବ। ଏଥିରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୫୦ ପ୍ରତିଯୋଗୀଙ୍କ ସହ ୫୦ ଅଧିକାରୀ ଯୋଗ ଦେବେ। ଉପ କନିଷ୍ଠ, କନିଷ୍ଠ ଏବଂ ବରିଷ୍ଠ (ପୁରୁଷ ଓ ମହିଳା)ର ବିଭିନ୍ନ ଓଜନରେ ମୋଟ ୩୭ ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ରାଜ୍ୟ କୁସ୍ତି ସଂଘ ସଂପାଦକ ବିନୋଦ ଦାସ ପ୍ରେସ୍‌ ଇସ୍ତାହାରରେ ଜଣାଇଛନ୍ତି। ଏଥିରୁ ଜାତୀୟ ପ୍ରତିଯୋଗିତା ଲାଗି ଖେଳାଳି ଚୟନ କରାଯିବ ବୋଲି ରାଜ୍ୟ ସଂଘ ସଭାପତି ରାମଚନ୍ଦ୍ର ପାଢ଼ୀ କହିଛନ୍ତି। ନାରାୟଣ ବେହେରା, ପବିତ୍ର କୁମାର ରାଉତ, ସୁଶ୍ରୀ ମନୀଷା ସାମଲ, କୃଷ୍ଣ ଚନ୍ଦ୍ର ପଣ୍ଡା ଏବଂ ରାଜେନ୍ଦ୍ର କୁମାର ପ୍ରତିଯୋଗିତାକୁ ପରିଚାଳନା କରିବେ। ପ୍ରତିଯୋଗିତାକୁ ଆଶୀର୍ବାଦ ବେହେରା ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ଦେବେନ୍ଦ୍ର କୁମାର ସାହୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର