କଟକ: କ୍ଲବ୍ ଦି ସୁପ୍ରିମ୍ ଓ ଓଡ଼ିଶା ବାସ୍କେଟ୍ବଲ୍ ସ˚ଘ ମିଳିତ ଆନୁକୂଲ୍ୟରେ ଜବାହାରଲାଲ ନେହେରୁ ଇଣ୍ତୋର ଷ୍ଟାଡିୟମରେ ୬୦ତମ ରାଜ୍ୟ ବରିଷ୍ଠ ବାସ୍କେଟ୍ବଲ୍ ପ୍ରତିଯୋଗିତା ଉଦ୍ଘାଟିତ ହୋଇଛି। ଉଦ୍ଘାଟନୀ ମ୍ୟାଚ୍ରେ ଆର୍ଏସ୍ପି ୫୯-୪୧ରେ ଅନୁଗୁଳକୁ ହରାଇଛି। ଅନ୍ୟ ମ୍ୟାଚ୍ଗୁଡ଼ିକରେ ବିଏସ୍ଏନ୍ଏଲ୍ ୫୦-୩୬ରେ କେନ୍ଦ୍ରାପଡ଼ାକୁ ଓ ସୁପ୍ରିମ୍ ୪୮-୨୩ରେ ସିବିଏକୁ ହରାଇଛନ୍ତି। ଉଦ୍ଘାଟନୀ ସମାରୋହରେ ଓଡ଼ିଶା ବାସ୍କେଟ୍ବଲ୍ ସ˚ଘ ସମ୍ପାଦକ ଜ୍ଞାନର˚ଜନ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଉପସଭାପତି ଜେ କାମେଶ୍ବର ରାଓ, ଅମୀୟ ମହାପାତ୍ର, କୋଷାଧ୍ୟକ୍ଷ ପ୍ରଦୀପ ବେହେରା, ଯୁଗ୍ମ ସମ୍ପାଦକ ମଦନ ରାଓ, ବିନୋଦ କୁମାର ସାହୁ, କ୍ଲବ୍ ଦି’ ସୁପ୍ରିମ୍ର ସମ୍ପାଦକ ସୌରଭ କୁମାର ବେହେରା ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ ୩୦ ପୁରୁଷ ଓ ୧୪ ମହିଳା ଦଳ ଅ˚ଶଗ୍ରହଣ କରିଛନ୍ତି। ୨୩ ତାରିଖରେ ପ୍ରତିଯୋଗିତା ଉଦ୍ଯାପିତ ହେବ।
ରାଜ୍ୟ ବାସ୍କେଟ୍ବଲ୍ ଉଦ୍ଘାଟିତ
/sambad/media/post_attachments/wp-content/uploads/2018/12/game1.jpg)