ଭୁବନେଶ୍ବର: ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଗୁଜରାଟରେ ଅନୁଷ୍ଠିତ ହେବାକୁ ଥିବା ୩୬ତମ ଜାତୀୟ କ୍ରୀଡ଼ା ଲାଗି ମଙ୍ଗଳବାର ବଲାଙ୍ଗୀରର ଆର୍ ଏନ୍ ସିଂହଦେଓ ସ୍ପୋର୍ଟ୍ସ କଂପ୍ଲେକ୍ସଠାରେ ରାଜ୍ୟ ଲନ ବଲ୍ ଦଳ ଚୟନ ହୋଇଯାଇଛି। ଏଥିରେ ବଲାଙ୍ଗୀର, ବରଗଡ, ସମ୍ବଲପୁର, କଳାହାଣ୍ଡି, ନୂଆପଡା, ଭୁବନେଶ୍ୱର, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଭଳି ୧୨ ଜିଲ୍ଲାର ୧୨୦ ଖେଳାଳି ଯୋଗ ଦେଇଥିଲେ। ରାଜ୍ୟ ଦଳରେ ୬ ପୁରୁଷ ଏବଂ ୬ ମହିଳା ଅଛନ୍ତି। ଏମାନେ ଜାତୀୟ କ୍ରୀଡ଼ାରେ ରାଜ୍ୟର ପ୍ରତିନିଧିତ୍ବ କରିବେ ବୋଲି ରାଜ୍ୟ ଲନ୍ ବଲ୍ ସଂଘ ସଂପାଦକ ସୁମିତ ରଂଜନ ପୁରୋହିତ ସୂଚନା ଦେଇଛନ୍ତି। ଆଜିର ଚୟନ ଶିବିରରେ ବଲାଙ୍ଗୀର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ଲିକ ସାହୁ, ସଂଘର ଉପଦେଷ୍ଟା ତଥା ବରଗଡର ପୂର୍ବତନ ସାଂସଦ ପ୍ରଭାତ ସିଂହ, ବଲାଙ୍ଗୀର ଜିଲ୍ଲୀ କ୍ରୀଡ଼ା ଅଧିକାରୀ ପରାସର ବାଗ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।
ଜାତୀୟ କ୍ରୀଡ଼ା ଲାଗି ରାଜ୍ୟ ଲନ ବଲ୍ ଦଳ ଚୟନ
/sambad/media/post_attachments/wp-content/uploads/2022/08/gd654g65j46g5j4gdj65j465djg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)