କଟକ: ବାରବାଟୀ କ୍ୟାରମ ଏକାଡେମି ପକ୍ଷରୁ ରାଜ୍ୟସ୍ତରୀୟ କ୍ୟାରମ୍ ପ୍ରତିଯୋଗିତା ଜୁନ୍ ୧୩ ତାରିଖରୁ ଆରମ୍ଭ ହେବ। ଏହି ପ୍ରତିଯୋଗିତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ରାଜ୍ୟର ଯେକୌଣସି ଖେଳାଳି ନାମ ପଞ୍ଜିକରଣ କରିପାରିବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ପୁରସ୍କାର ସୂତ୍ରରେ ପ୍ରାୟ ୨୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ। କଟକ ବାହାରୁ ଆସୁଥିବା ଖେଳାଳିଙ୍କ ପାଇଁ ମାଗଣାରେ ରହିବା ଓ ଖାଇବା ବ୍ୟବସ୍ଥା କରାଯିବ। ଆଗ୍ରହୀ ପ୍ରତିଯୋଗୀମାନେ ଜୁନ୍ ୫ରୁ ୮ ତାରିଖ ମଧ୍ୟରେ ନାମ ପଞ୍ଜିକରଣ କରିପାରିବେ। ଅଧିକ ବିବରଣୀ ପାଇଁ ମାୟାଧର ସାହୁ (୯୩୩୭୯ ୮୨୭୫୮), ଶକ୍ତିପ୍ରସନ୍ନ ଜେନା (୯୦୯୦୯ ୨୯୯୦୦)ଙ୍କ ନମ୍ବରରେ ଯୋଗାଯୋଗ କରିବାକୁ ଏକାଡେମି ସମ୍ପାଦକ ଗଣେଶ ପ୍ରସାଦ ଭଗତ ଅନୁରୋଧ କରିଛନ୍ତି।
ରାଜ୍ୟସ୍ତରୀୟ କ୍ୟାରମ ପ୍ରତିଯୋଗିତା ଜୁନ୍ ୧୩ରୁ
/sambad/media/post_attachments/wp-content/uploads/2018/05/caram.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)