ଜାତୀୟ ଟେନିସ୍‌ କ୍ରିକେଟ୍‌:ଯୁଗଳ ବିଜୟ ସହ କ୍ୱାର୍ଟରରେ ଓଡ଼ିଶା

ଭୁବନେଶ୍ୱର: ତେଲେଙ୍ଗାନାର ହାଇଦ୍ରାବାଦରେ ଚାଲିଥିବା ଦ୍ୱିତୀୟ ଜାତୀୟ କନିଷ୍ଠ (୧୭ ବର୍ଷରୁ କମ୍‌) ଟେନିସ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ମଙ୍ଗଳବାର ଯୁଗଳ ବିଜୟ ସହିତ କ୍ୱାର୍ଟରଫାଇନାଲ୍‌ରେ ପ୍ରବେଶ କରିଛି। ଉଭୟ ମ୍ୟାଚ୍‌ରେ ଓଡ଼ିଶା ସମାନ ଭାବେ ୯ ଓ୍ଵିକେଟ୍‌ରେ ଯଥାକ୍ରମେ ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ପରାସ୍ତ କରିଥିଲା। ଛତିଶଗଡ଼ ୮ ଓଭରରେ ୪ ଓ୍ଵିକେଟ୍‌ ହରାଇ ୯୮ ରନ୍‌ କରିଥିଲା। ଅଧିନାୟକ ଦୀପକ କୁମାର ପରିଡ଼ା (୬୯, ୨୨ ବଲ) ଚମତ୍କାର ଅର୍ଧଶତକ ହାସଲ କରିଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ଝାଡ଼ଖଣ୍ଡ ୭.୩ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୫୮ ରନ୍‌ କରିଥିଲା। ଓଡ଼ିଶା ୪ ଓଭରରେ ୧ ଓ୍ଵିକେଟ୍‌ ହରାଇ ୬୦ ରନ୍‌ ସଂଗ୍ରହ କରି ନେଇଥିଲା। ପୁଣି ଥରେ ଦୀପକ କୁମାର ପରିଡ଼ା (୪୫, ୧୫ ବଲ୍‌) ଚମକ ଦେଖାଇଥିଲେ। ମହମ୍ମଦ ଇର୍ଫାନ୍‌ ୫ ଓ୍ଵିକେଟ୍‌ ଅକ୍ତିଆର କରି ଓଡ଼ିଶା ବିଜୟରେ ଅନ୍ୟତମ ନାୟକ ଥିଲେ। ଏହି ଦୁଇ ମ୍ୟାଚ୍‌ରେ ଦୀପକ ଓ ଇର୍ଫାନ୍‌ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଓଡ଼ିଶା ଦଳ କ୍ୱାର୍ଟରଫାଇନାଲ୍‌କୁ ଉନ୍ନୀତ ହୋଇଥିବାରୁ ରାଜ୍ୟ ସଂଘ ସମ୍ପାଦକ ରିଣ୍ଟୁ ମିତ୍ର ଏବଂ ଉପ ସଭାପତି ରାଜେନ୍ଦ୍ର ମହାରଣା ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର