ରାଜ୍ୟସ୍ତରୀୟ କୁଂଫୁ ପ୍ରତିଯୋଗିତା ଉଦ୍‌ଯାପିତ

ଭୁବନେଶ୍ବର: ସ୍ଥାନୀୟ ୟୁନିଟ୍‌-୮ସ୍ଥିତ କମ୍ୟୁନିଟି ହଲ୍‌ରେ ଆୟୋଜିତ ପ୍ରଥମ ରାଜ୍ୟସ୍ତରୀୟ କୁଂଫୁ ପ୍ରତିଯୋଗିତା ‌ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୧୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବାଲେଶ୍ବର ପ୍ରଥମ, ଭୁବନେଶ୍ବର ଦ୍ବିତୀୟ ଏବଂ ପୁରୀ ତୃତୀୟ ସ୍ଥାନରେ ରହିଥି‌ଲା। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ମେୟର ଅନନ୍ତ ନାରାୟଣ ଜେନା, ଏଲ୍‌ଆଇସି ଏସ୍‌ଡିଏମ୍‌ ଲକ୍ଷ୍ମୀ ପ୍ରସାଦ ଦାସ, ରାଜ୍ୟ କୁଂଫୁ ସଂଘର ସମ୍ପାଦକ ରତନ କୁମାର ସାହୁ, ପରାମର୍ଶଦାତା ସୁବାଶିଷ ମିଶ୍ର ଏବଂ ଶିଳ୍ପପତି ଭବାନୀ ଶଙ୍କର ଗରାବଡ଼ୁ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର