ରାଜ୍ୟଗୋଷ୍ଠୀ ବନ୍ଧୁକଚାଳନାରେ ଭାରତକୁ ୨୦ ପଦକ

ଶେଷ ଦିନରେ ସତ୍ୟେନ୍ଦ୍ରଙ୍କୁ ସ୍ୱର୍ଣ୍ଣ

ଗୋଲ୍‌ଡକୋଷ୍ଟ: ଅଷ୍ଟ୍ରେଲିଆରେ ଆୟୋଜିତ ରାଜ୍ୟଗୋଷ୍ଠୀ ବନ୍ଧୁକଚାଳନା ପ୍ରତିଯୋଗିତାରେ ଭାରତ ୬ ସ୍ୱର୍ଣ୍ଣ ଏବଂ ୭ ଲେଖାଏଁ ରୌପ୍ୟ ଓ କାଂସ୍ୟ ସହ ମୋଟ ୨୦ ପଦକ ଜିତିିଛି। ସୋମବାର ପ୍ରତିଯୋଗିତାର ଶେଷଦିନରେ ୫୦ ମିଟର ରାଇଫଲ୍‌ ୩ ପୋଜିସନ୍ସରେ ସତ୍ୟେନ୍ଦ୍ର ସିଂହ ଏବଂ ସଂଜୀବ ରାଜପୁତ ଯଥାକ୍ରମେ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ଜିତି ଭାରତର ପଦକ ସଂଖ୍ୟାକୁ ୨୦ରେ ପହଞ୍ଚାଇଥିଲେ। ତିନି ଭାରତୀୟ ବନ୍ଧୁକ ଚାଳକ ସତ୍ୟେନ୍ଦ୍ର, ସଂଜୀବ ଏବଂ ଚେନ୍‌ ସିଂହ ସୋମବାର ଅନୁଷ୍ଠିତ ଫାଇନାଲ୍‌କୁ ଉନ୍ନୀତ ହୋଇଥିଲେ। ଯୋଗ୍ୟତା ପର୍ଯ୍ୟାୟରେ ସତ୍ୟେନ୍ଦ୍ର ୧୧୬୨ ପଏଣ୍ଟ୍‌ ସହ ଦ୍ୱିତୀୟ ଏବଂ ସଂଜୀବ ଓ ଚେନ୍‌ ସିଂହ ସମାନ ୧୧୫୮ ପଏଣ୍ଟ୍‌ ଲେଖାଏଁ ପାଇ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଥିଲେ। ଫାଇନାଲ୍‌ରେ କିନ୍ତୁ ସତ୍ୟେନ୍ଦ୍ର (୪୫୨.୨) ସ୍ୱର୍ଣ୍ଣ ଏବଂ ସଂଜୀବ (୪୫୩.୩) ରୌପ୍ୟ ପଦକ ହାସଲ କରିଥିଲା ବେଳେ ଚେନ୍‌ ସିଂହ ଚତୁର୍ଥରେ ପଦକ ଜିତିବାରେ ବିଫଳ ହୋଇଥିଲେ। ଅଷ୍ଟ୍ରେଲିଆର ଡେନ୍‌ ସାମ୍ପସନ୍‌ କାଂସ୍ୟ ପଦକ ପାଇଥିଲେ। ପୁରୁଷ ଟ୍ରାପ୍‌ରେ ଫାଇନାଲ୍‌ରେ ପହଞ୍ଚିଥିବା ଏକମାତ୍ର ଭାରତୀୟ ବିରେନ୍‌ଦୀପ୍‌ ସୋଧୀ ୧୨୫ରୁ ୧୧୫ ସଟ୍‌ ମାରି ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ।

ସମ୍ବନ୍ଧିତ ଖବର