ରାଜକନିକା କପ୍‌ ସେମିରେ କିଶୋର କ୍ଲବ୍‌

ରାଜକନିକା: ରାଜକନିକା ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆରଏନ୍‌ ଉଚ୍ଚବିଦ୍ୟାଳୟ ମିନି ଷ୍ଟାଡିୟମରେ ଆୟୋଜିତ ରାଜ୍ୟସ୍ତରୀୟ ରାଜକନିକା କପ୍‌ ଫୁଟ୍‌ବଲ ପ୍ରତିଯୋଗିତାର ପ୍ରଥମ କ୍ୱାର୍ଟରଫାଇନାଲରେ ଭୁବନେଶ୍ୱର କିଶୋର କ୍ଲବ ଟାଇବ୍ରେକର ଜରିଆରେ (୫-୩) ଜଟଣୀର ବାଲାଜୀ ସ୍ପୋର୍ଟିଂ କ୍ଲବକୁ ହରାଇ ସେମିଫାଇନାଲକୁ ପ୍ରବେଶ କରିଛି। କିଶୋର କ୍ଲବର ଗୋଲରକ୍ଷକ ଅଜୟ ଖାଡ଼ିଆଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ‘ଦିଲୀପ୍‌ ବେହେରା ସ୍ମାରକୀ’ ଟ୍ରଫି ପ୍ରଦାନ କରାଯାଥିଲା।

ଶନିବାର କେନ୍ଦୁଝର ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଶୈଳେନ୍ଦ୍ର କୁମାର ସୂତାର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ରାଜକନିକା ବ୍ଲକ୍‌ ସହକାରୀ ଯନ୍ତ୍ରୀ ସଂଯୁକ୍ତାରାଣୀ ସିଂ, ଓଳାଭର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଧୀରେନ୍‌ କୁମାର ବାରିକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କାନ୍ତିଲତା ପରିଡ଼ା ପ୍ରମୁଖ ଯୋଗଦେଇଥିଲେ। ସୁବ୍ରତ ପୁରୋହିତ, ପ୍ରୀତମ୍‌ ସାଇମନ ବିଶ୍ୱାଳ, ସୁଜିତ୍‌ ପାତ୍ର, କାର୍ତ୍ତିକ ଦାସ ଓ ପ୍ରହଲ୍ଲାଦ ଜେନା ପ୍ରମୁଖ ମ୍ୟାଚ୍‌ ପରିଚାଳନା କରିଥିଲେ। ଆସୋସିଏସନର ସାଧାରଣ ସମ୍ପାଦକ ଅଜୟ କୁମାର ନାୟକ, ଉପଦେଷ୍ଟା କପିଳେନ୍ଦ୍ର ମଲ୍ଲିକ, ଫକୀର ଚନ୍ଦ୍ର ପ୍ରଧାନ, ଅମିତାଭ କରଣ, ଦେବେନ୍ଦ୍ର ନାୟକ, ମନୋରଂଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ଭାଷ୍ୟକାରଭାବେ ଶିବ ପ୍ରସାଦ ମଲ୍ଲିକ୍‌ ଓ ଶରତ କୁମାର ଜେନା ଖେଳ ବିବରଣୀ ପ୍ରଦାନ କରିଥିଲେ । ବେଣୁଧର ପରିଡ଼ା, ଅଜୟ କୁମାର ରାଉତ, ରାଜକିଶୋର ରାଉତ ଓ କୂଳମଣୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରବିବାର ଆୟୋଜକ ରାଜକନିକା ଦୌଡ଼କୁଦ ସଂଘ ସହିତ କଟକ ଫାଓ ଏକାଡେମୀ ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର