ଭୁବନେଶ୍ୱର: ସ୍ଥାନୀୟ ୟୁନିଟ୍-୮ଲକ୍ଷ୍ମୀପୂଜା ମଣ୍ଡପ ପ୍ରାଙ୍ଗଣରେ ସୋମବାର ରାତିରେ ଓଡ଼ିଶା ବଡି ବିଲ୍ଡିଂ ସଂଘ ଏବଂ ପ୍ରତିହାରୀ ଫିଟ୍ନେସ୍ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରର ରଶ୍ମିରଂଜନ ସାହୁ ବିଜେତାଙ୍କ ମଧ୍ୟରେ ବିଜେତା ହୋଇ ‘ପ୍ରଥମ ଜଳନ୍ଧର ଗଙ୍ଗଦେବ ମେମୋରିଆଲ୍ ଟ୍ରଫି’ ହାସଲ କରିଛନ୍ତି। ଏଥି ସହିତ ୬୦ କିଲୋଗ୍ରାମରେ ଶ୍ରୀବିଜୟ କୁମାର ମନ୍ତ୍ରୀ, ସିନ୍ଧାନ୍ତ ସାମନ୍ତରାୟ, ସୁନୀଲ ସ୍ୱାଇଁ, ୭୦ କିଲୋଗ୍ରାମରେ ସଂଜୟ ସାହୁ, ପ୍ରମୋଦ କୁମାର ସ୍ୱାଇଁ, ପୁପୁନ ସ୍ୱାଇଁ, ୭୦ କିଲୋଗ୍ରାମରୁ ଊର୍ଧ୍ୱ ବର୍ଗରେ ରଶ୍ମିରଂଜନ ସ୍ୱାଇଁ, ଦେବାଶିଷ ଜେନା, ଅଭିଷେକ କର, ୮୦ କିଲୋଗ୍ରାମରେ ରବିନ୍ ସାହୁ, ପ୍ରିୟବ୍ରତ ବସ୍ତିଆ, ବିଶାଲ ସାହୁ, ୮୦ କିଲୋଗ୍ରାମରୁ ଊର୍ଧ୍ୱ ବର୍ଗରେ ସତ୍ୟରଂଜନ ପ୍ରତିହାରୀ, ବିକାଶ ସାହୁ, ସପ୍ରତିଭ ଖୁଣ୍ଟିଆ ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ଜାତୀୟ ସ୍ତରର ବିଚାରକ ବିଜୟ ଦାସ, ସୁରେନ୍ଦ୍ର ନାଥ ଗୌଡ଼ଙ୍କ ସହି ଦିବାକର ପ୍ରହରାଜ, ଜିତେନ୍ଦ୍ର କୁମାର ଜେନା ପରିଚାଳନା କରିଥିଲେ। ମେୟର ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ପୂର୍ଣ୍ଣଚନ୍ଦ୍ର ବେହେରା, ସୁବାଷ ମଲ୍ଲିଆ, କେଦାରନାଥ ରାଉତ, ବିନୋଦ ମହାରଣା, ଗୋପବଂଧୁ ସ୍ମୃତି ସଂସଦ, ସାରଦା ପ୍ରସାଦ ମହାନ୍ତି (ବାବୁନା) ପ୍ରମୁଖ ସହଯୋଗ କରିଥିବା ଓଡ଼ିଶା ବଡି ବିଲ୍ଡିଂ ସଂଘ ସମ୍ପାଦକ ପ୍ରସନ୍ନ ମହାସୁଆର ଜଣାଇଛନ୍ତି।
ରାଜ୍ୟସ୍ତରୀୟ ସୁନ୍ଦରସ୍ୱାସ୍ଥ୍ୟ:ରଶ୍ମି ‘ବିଜେତାଙ୍କ ବିଜେତା’
/sambad/media/post_attachments/wp-content/uploads/2018/03/rashmi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)