ରାଜ୍ୟସ୍ତରୀୟ ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ୍‌ ୧୪ରୁ

ଭୁବନେଶ୍ୱର: ବାଙ୍କୀ ନିକଟସ୍ଥ ପଥୁରିପଡ଼ା ମହାବେରଣା କ୍ଲବ୍‌ ଆନୁକୂଲ୍ୟରେ ୩୦ତମ ରାଜ୍ୟସ୍ତରୀୟ ହରିଶ୍ଚନ୍ଦ୍ର ମିଶ୍ର ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତା ମହାବେରଣା ବିଦ୍ୟାପୀଠ ପରିସରରେ ଜାନୁଆରି ୧୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଖୋର୍ଧା କୁମାରବସ୍ତ, କଳିଙ୍ଗ କାଇପଦର, ଯାଆଁଳା, ମଞ୍ଚେଶ୍ୱର, ବମିଖାଲ, ରିଲାଏନ୍‌ସ ଟ୍ରେଣ୍ଡ୍‌ ସହିତ ବାଙ୍କୀ, କଳାପଥର ଏବଂ ବୈଦେଶ୍ୱର ଦଳ ଭାଗନେବେ। ବିଜେତା ଦଳକୁ ୧୦,୦୦୦ ଏବଂ ଉପ ବିଜେତା ଦଳକୁ ୫,୦୦୦ ଟଙ୍କା ପ୍ରଦାନ କରାଯିବ। ପ୍ରତ୍ୟେହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ସହିତ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇତିବା ମହାବେରଣା କ୍ଲବ୍‌ର ସମ୍ପାଦକ ସଦାଶିବ ଦାଶ ଜଣାଇଛନ୍ତି। ଏଥି ଲାଗି ଏକ ପ୍ରସ୍ତୁତି ବୈଠକରେ ବ୍ରହ୍ମାନନ୍ଦ ତ୍ରିପାଠୀ, ପ୍ରଭାତ ପଣ୍ଡା, ନିରଂଜନ ତ୍ରିପାଠୀ, ପ୍ରସନ୍ନ ତ୍ରିପାଠୀ, ପ୍ରଦୀପ ତ୍ରିପାଠୀ, କୁନା ମହାରଣା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର