ଆସ୍କାରେ ରାଜ୍ୟ କନିଷ୍ଠ କବାଡ଼ି ୩୧ରୁ

କଟକ: ଚଳିତ ମାସ ୩୧ରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ଆସ୍କାଠାରେ ୪୫ତମ ରାଜ୍ୟ କନିଷ୍ଠ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଗଞ୍ଜାମ ଜିଲ୍ଲା କ୍ରୀଡ଼ା ସଂସଦ ଓ ଆସ୍କା କ୍ରୀଡ଼ା ସଂସଦ ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁଥିବା ଏହି ପ୍ରତିଯୋଗିତାରେ ୨୫ରୁ ଅଧିକ ଅନୁବନ୍ଧିତ ଜିଲ୍ଲାର ଖେଳାଳିମାନେ ଅଂଶଗ୍ରହଣ କରିବେ। ଚଳିତ ବର୍ଷ ଜାତୀୟ ପ୍ରତିଯୋଗିତା ପଶ୍ଚମବଙ୍ଗଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ପ୍ରତିଯୋଗିତାରୁ ଓଡ଼ିଶା ଦଳର ଚୟନ କରାଯିବ ବୋଲି ରାଜ୍ୟ ସଂଘ ସଂପାଦକ ଅଜୟ କୁମାର ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର