ରାଜ୍ୟସ୍ତରୀୟ କବାଡ଼ି: ଓଡ଼ିଶା ପୁଲିସ୍‌ ବିଜେତା

ପାଣିକୋଇଲି: କାଙ୍କଲାପାଟଣା ଗାଁରେ ଚାଲିଥିବା ଷଷ୍ଠ ବାର୍ଷିକ ରାଜ୍ୟସ୍ତରୀୟ ବାସୁଦେବ କବାଡ଼ି ପ୍ରତିଯୋଗିତାରେ ଓଡ଼ିଶା ପୁଲିସ୍‌ ବିଜେତା ହୋଇଛି। ୮ ଦଳକୁ ନେଇ ଆୟୋଜିତ ଦୁଇ ଦିନିଆ ପ୍ରତିଯୋଗିତାର ରବିବାର ରାତିରେ ଫାଇନାଲ୍‌ରେ ଢେଙ୍କାନାଳ ସାଇ ଛାତ୍ରାବାସକୁ ୨୮-୧୫ ପଏଣ୍ଟ୍‌ରେ ପରାସ୍ତ କରି ପୁଲିସ୍‌ ଦଳ ଟ୍ରଫି ଜିତିନେଇଛି। ସେମିଫାଇନାଲରେ ସାଇ ଛାତ୍ରାବାସ ଦାଣ୍ଡମକୁନ୍ଦପୁର (ପୁରୀ)କୁ ଏବଂ ଓଡ଼ିଶା ପୁଲିସ୍‌ ଯାଜପୁର କବାଡ଼ି ସଂଘକୁ ହରାଇଥିଲା।
କ୍ଲବ୍‌ର ସଭାପତି ଅନିଲ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ବିଜେପି ନେତା ବିଶ୍ୱଜିତ୍‌ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଦଳକୁ ଏବଂ କେଶବ ରାଓ ଭୁକ୍ତା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ।

କୃଷ୍ଣକାନ୍ତ ପଣ୍ଡା, ସୁରେଶ ସାହୁ, ମନସ୍ୱିନୀ ସାହୁ, ସୁଜିତ୍‌ କୁମାର ସେଠୀ, ରାମଚନ୍ଦ୍ର ବେହେରା, ଲିଙ୍ଗରାଜ ସାହୁ, ଭଗବାନ ଦାସ, ଦେବୀ ପ୍ରସାଦ ମହାନ୍ତି, ଜୟୀରାମ ମାଝି, ପ୍ରଦୀପ ସାହୁ, ରମେଶ ପଣ୍ଡା ଖେଳ ପରିଚାଳନା କରିଥିଲେ। ଜ୍ଞାନରଂଜନ ଘଡ଼ାଇ, ଆନନ୍ଦ ରଣା ଧାରା ବିବରଣୀ ପ୍ରଦାନ କରିଥିଲେ। ବାସୁଦେବ କ୍ଲବ୍‌ର ପଙ୍କଜ ସାହୁ, ଓମ୍‌ ପ୍ରକାଶ ସାହୁ, ସତ୍ୟପ୍ରକାଶ ସାହୁ, ଶରତ ସାହୁ, ସୁଶାନ୍ତ ମଲିକ, ଅଜୟ ମଲିକ, ବିଶ୍ୱପ୍ରକାଶ ସାହୁ, ରାମପ୍ରକାଶ ସାହୁ, ମୁରଲି ସାହୁ, ନିତ୍ୟାନନ୍ଦ ମଲିକ, ରବୀନ୍ଦ୍ର ମଲିକଙ୍କ ସମେତ ସମସ୍ତ ସଭ୍ୟ ପ୍ରତିଯୋଗିତା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର