ଜୟପୁରରେ ରାଜ୍ୟ କରାଟେ ୨୧ରେ

ଭୁବନେଶ୍ବର: ୩୦ତମ ରାଜ୍ୟ ବରିଷ୍ଠ କରାଟେ ପ୍ରତିଯୋଗିତା କୋରାପୁଟ ଜିଲ୍ଲା ଜୟପୁର ଇନ୍‌ଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ। ଜୟପୁରସ୍ଥିତ ଉତ୍କଳ କରାଟେ ସ୍କୁଲ୍‌ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଚଳିତ ମାସ ୨୧, ୨୨, ୨୩ ତିନି ଦିନ ଧରି ଆୟୋଜିତ ହେବ। ପ୍ରତିଯୋଗିତାର ଅଧ୍ୟକ୍ଷ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ତତ୍ବାବଧାନରେ ଆୟୋଜିତ ପ୍ରତିଯୋଗିତାରେ ଜୟପୁର ଶାଖା ସମ୍ପାଦକ ମୁନା ସିଂହ ଲାଲ୍‌, ଦୁର୍ଗା ପ୍ରସାଦ ରଥ ସହଯୋଗ କରିବେ। ମୋଟ ଉପରେ ୨୦୦ ପ୍ରତିଯୋଗୀଙ୍କ ସହ ୫୦ ଅଧିକାରୀ ଏଥିରେ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି।

ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିବା ଖେଳାଳି ଜାତୀୟ ପ୍ରତିଯୋଗିତାକୁ ଚୟନ ହେବେ ବୋଲି ମଙ୍ଗଳବାର ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠାତା ତଥା କରାଟେ ସଂଘ ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ କହିଛନ୍ତି। ଏହି ସମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଚିତ୍ତରଂଜନ ସ୍ବାଇଁ, ଗୌରୀ ମହାନ୍ତି, ସଂଜୟ ଦାସ, ସନତ୍‌ ନାୟକ, ପ୍ରଦୀପ ସରକ‌ାର, ହିମାଂଶୁ ଶେଖର ଦାସ ଓ ଆଦିତ୍ୟ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର