ରାଜ୍ୟସ୍ତରୀୟ ରବି ନାୟକ ସ୍ମାରକୀ କ୍ରିକେଟ୍‌:ଭଦ୍ରକ ରେଳବାଇ ଫାଇନାଲରେ

ଯାଜପୁରଟାଉନ: ରାମବାଗ୍‌ ରିଜିଓନାଲ କଲେଜ ପଡ଼ିଆରେ ମା’ ଜାଗୁଳାଇ କ୍ରିକେଟ୍‌ କ୍ଲବ୍‌ ପକ୍ଷରୁ ଚାଲିଥିବା ରବି ନାୟକ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ଭଦ୍ରକ ରେଳବାଇ ପହଞ୍ଚିଯାଇଛି। ମଙ୍ଗଳବାର ସେମିଫାଇନାଲରେ ଏହି ଦଳ ଭୁବନେଶ୍ୱରର ଗ୍ରୀନ୍‌ କ୍ଲବ୍‌କୁ ୪୮ ରନ୍‌ରେ ହରାଇଦେଇଛି। ଭଦ୍ରକ୍‌ ରେଳବାଇ ନିର୍ଧାରିତ ୨୫ ଓଭରରେ ୯ ୱିକେଟ୍‌ ହରାଇ ୧୯୭ ରନ୍‌ କରିଥିଲା। ସଂଜିତ ଚୌଧୁରୀ ୪୫, ଜ୍ୟୋତିରଂଜନ ୩୩ ଓ ସୁରେନ୍ଦ୍ର ପଣ୍ଡା ୧୬ ରନ୍‌ କରିଥିଲେ। ଭୁବନେଶ୍ୱର ଦଳ ପକ୍ଷରୁ ସୁଜିତ କୁଲୁ ୪ ଓ ଅଭିଳାସ ୨ ୱିକେଟ୍‌ ନେଇଥିଲେ। ଜବାବରେ ଗ୍ରୀନ୍‌ କ୍ଲବ୍‌ ୧୪୯ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଭଦ୍ରକ ରେଳବାଇ ଦଳ ପକ୍ଷରୁ ଏମ୍‌ ତ୍ରିପାଠୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଆଶୁତୋଷ ପାଣି ଓ ଦିଲିପ ସାମଲ ଖେଳ ପରିଚାଳନା କରିଥିଲେ। ରସିତ୍‌ ଖାନ୍‌ ଓ ପ୍ରକାଶ ଜେନା ଧାରା ବିବରଣୀ ଏବଂ ଶାରଦା ମହାପାତ୍ର ସ୍କୋରର ଭାବେ ଯୋଗଦେଇଥିଲେ। ମା’ ଜାଗୁଳାଇ କ୍ଲବ୍‌ର ସମସ୍ତ ସଭ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର