ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ୩୦ ଜଣିଆ ଭାରତୀୟ ବନ୍ଧୁକଚାଳନା ଦଳ ଘୋଷିତ ହୋଇଛି। ଭାରତୀୟ ରାଇଫଲ ସଂଘ ବା ଏନ୍ଆରଏଆଇ ଘୋଷଣା କରିଥିବା ଏହି ଦଳରେ ୨୫ ଜଣ ପୁରୁଷ ଥିଲା ବେଳେ ୧୨ ଜଣ ହେଉଛନ୍ତି ମହିଳା। ପୁରୁଷ ଦଳରେ ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପଦକ ବିଜେତା ଜିତୁ ରାଏ, ଗଗନ ନାରଙ୍ଗ, ହୀନା ସିଦ୍ଧୁ, ଅପୂର୍ବୀ ଚାନ୍ଦିଲା ପ୍ରମୁଖ ସ୍ଥାନ ପାଇଛନ୍ତି। ଉଦୀୟମାନ ତାରକା ମେହୁଲି ଘୋଷ୍, ମନୁ ଭକର ମଧ୍ୟ ଅଛନ୍ତି। ୨୦୧୪ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଭାରତ ୩୦ ଜଣିଆ ଦଳ ପଠାଇଥିଲା ବେଳେ ୪ ସ୍ୱର୍ଣ୍ଣ, ୯ ରୌପ୍ୟ ଓ ୪ କାଂସ୍ୟ ସହ ମୋଟ ୧୭ ପଦକ ଜିତିଥିଲା।
ଭାରତୀୟ ଦଳ: ପୁରୁଷ- ସଂଜୀବ ରାଜପୁତ, ଚୈନ ସିଂହ, ଗଗନ ନାରଙ୍ଗ, ରବି କୁମାର, ଦୀପକ କୁମାର, ଆନିଶ, ନୀରଜ କୁମାର, ଜିତୁ ରାଏ, ଓମ୍ ପ୍ରକାଶ ମିଥାରଓ୍ଵାଲ, ମାନବଜୀତ ସିଂହ ସାନ୍ଧୁ, କିନାନ ଚେନ୍ନାଇ, ମହମ୍ମଦ ଅସଦ, ଅଙ୍କୁର ମିତଲ, ସ୍ମିତ ସିଂହ, ଶିରାଜ ସେଖ୍। ମହିଳା- ଅଞ୍ଜୁମ ମୁଦଗିଲ, ତେଜସ୍ୱିନୀ ସାମନ୍ତ, ଅପୂର୍ବୀ ଚାନ୍ଦିଲା, ମେହୁଲି ଘୋଷ, ହୀନା ସିଦ୍ଧୁ, ଅଞ୍ଜୁମ ସିଂହ।
ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ୨୭ ଜଣିଆ ବନ୍ଧୁକ ଚାଳନା ଦଳ
/sambad/media/post_attachments/wp-content/uploads/2018/01/rifle-firing-groupe.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)