ରାଜ୍ୟ ବିଦ୍ୟାଳୟ ଚେସ୍‌: ପ୍ରଭାଂଶୁ ବିଜେତା

ଭୁବନେଶ୍ୱର: ସାଇ ଏକାଡେମି ଓ ଓଡ଼ିଶା ରାଜ୍ୟ ଚେସ୍‌ ସଂଘ ଆନୁକୂଲ୍ୟରେ ଆୟୋଜିତ ବିଦ୍ୟାଳୟ ଓପନ୍‌ ଚେସ୍‌ ପ୍ରତିଯୋଗିତାରେ ପ୍ରଭାଂଶୁ ବିଜେତା ହୋଇଛନ୍ତି। ଚନ୍ଦ୍ରଶେଖରପୁର ମୈତ୍ରୀ ବିହାରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ୭ ରାଉଣ୍ଡ୍‌ ବିଶିଷ୍ଟ ଏହି ଦିନିକିଆ ପ୍ରତିଯୋଗିତାରେ ୧୫ ବାଳିକାଙ୍କ ସହିତ ୧୬ ବିଦ୍ୟାଳୟରୁ ମୋଟ ୬୮ ଖେଳାଳି ଭାଗ ନେଇଥିଲେ। ସେଥିରେ ସର୍ବାଧିକ ୭ ପଏଣ୍ଟ୍‌ ପାଇ ବରମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ପ୍ରଭାଂଶୁ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲା ବେଳେ ସାଇ ବିହାର ସେଣ୍ଟ୍‌ ଜାଭିୟର୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ ଛାତ୍ର ଅନୁଜ ସୁବୁଦ୍ଧି (୬) ଦ୍ୱିତୀୟ ଏବଂ ଷ୍ଟିଓ୍ଵାର୍ଟ ସ୍କୁଲ୍‌ ଛାତ୍ର ନିଖିଲ ସାହୁ (୫.୫) ତୃତୀୟ ସ୍ଥାନ ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମ୍‌ ବୈଭବ, ରୋନକ ସେନାପତି (ଉଭୟେ ୫.୫), ଅନିମେଶ ସିଂହ, ସୁମିତ କୁମାର, ସିଦ୍ଧାର୍ଥ ମିଶ୍ର, କେ ଅନୁରାଗ, ରୋହିତ ମଲ୍ଲିକ (ସମସ୍ତେ ୫), ଆଶୁତୋଷ ଦାସ, ସାସ୍ୱତ କୁମାର, ଡି ଆଦିତ୍ୟ, ଅଭିନନ୍ଦନ ପଣ୍ଡା ଓ ଓମ୍‌ପ୍ରକାଶ ଗଡ଼ନାଏକ (ସମସ୍ତେ ୪.୫) ଶ୍ରେଷ୍ଠ ୧୫ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ଏମାନଙ୍କ ବ୍ୟତୀତ ବିଭିନ୍ନ ବୟସ ବର୍ଗରେ ଶ୍ରଦ୍ଧା ମିଶ୍ର, ଆଶୁତୋଷ ମିତ୍ର, ଅଭିଜିତ ବିଶ୍ୱାଳ, ତମନ୍ନା କୁମାରୀ, ସ୍ୱୟମ୍‌ଶ୍ରୀ ପଣ୍ଡା (୮ରୁ କମ୍‌), ଅଂଶୁମାନ ପତି, ଶୁଭମ୍‌ ପରିଡ଼ା, ତ୍ରିଦେବ ସାହୁ, ସଂସ୍ଲେଶ ସାହୁ, ଶିବପ୍ରସାଦ ସରବ (୧୦ରୁ କମ୍‌), ଦିବ୍ୟସିଂହ ରାୟ, ସୁର୍‌ଜିତ୍‌ ମହାନ୍ତି, ଆଦିତ୍ୟ ନାୟକ, ଅମ୍ରିତ୍‌ ଶତପଥୀ, ବିଶ୍ୱଜିତ୍‌ ମହାରଣା (୧୨ରୁ କମ୍‌), ଅମୃତାଂଶୁ ମହାନ୍ତି, ପୀୟୂଷ ଚିନ୍ନାରା, ସୁଜିତ୍‌ ଦାଶ, ଅଭିଷେକ କର, ଶ୍ରେୟାଶୀ ମଲ୍ଲ ( ୧୪ରୁ କମ୍‌), କେ ଅର୍ପିତା, ନମସ୍ୟା ନଳିନୀ, ବୈଷ୍ଣବୀ ଘୋଷ, ସାନ୍‌ଭୀ ମିଶ୍ର, ଆୟୂଷୀ ଦାସ (ବାଳିକା) ସ୍ୱତନ୍ତ୍ର ପୁରସ୍କାର ପାଇଥିଲେ। ଦେବାଶିଷ ପାଶିଗ୍ରାହୀ, ରାମକୃଷ୍ଣ ପରିଡ଼ା ଓ କୃଷ୍ଣ ବେହେରା ପ୍ରତିଯୋଗିତା ପରିଚାଳନା କରିଥିଲେ।
ପୁରସ୍କାର ବିତରଣ ଉତ୍ସବରେ ରାୟଗଡ଼ା ତହସିଲ୍‌ଦାର ଅରୁଣ କୁମାର ପରିଛା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ସାଇ ଏକାଡେମି ନିର୍ଦେଶିକା ତାପସୀ ସାମନ୍ତରାୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର