ରାଜ୍ୟସ୍ତରୀୟ ୟଙ୍ଗ୍‌ଷ୍ଟାର କ୍ରିକେଟ୍‌ :ସେମିରେ କଳିଙ୍ଗ

ବ୍ରହ୍ମବରଦା: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବ୍ରହ୍ମବରଦାର ହାଜିରହିମିଆଁ ଉଚ୍ଚବିଦ୍ୟାଳୟ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ୟଙ୍ଗ୍‌ଷ୍ଟାର କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ବାରିପଦାର କଳିଙ୍ଗ କ୍ରିକେଟ୍‌ କ୍ଲବ୍‌ ପହଞ୍ଚିଛି। ସୋମବାର ମ୍ୟାଚ୍‌ରେ ବାରିପଦା ଦଳ ୩୧ ରନ୍‌ରେ ପିସିସି କେନ୍ଦ୍ରାପଡାକୁ ହରାଇଛି। ବାରିପଦା ଦଳ ୧୯.୨ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୨୦୦ ରନ୍‌ କରିଥିଲା। ଅଧିନାୟକ ମନୋରମ ମହାନ୍ତି ୩୬ ଓ ସତ୍ୟନାରାୟଣ ଜିଉ ୩୧ ରନ୍‌ କରିଥିଲେ। ବିପକ୍ଷ ଦଳର ରାକେଶ ପାତ୍ର ୪ ଓ ଇମ୍ରାନ୍‌ ଖାଁ ୩ ଓ୍ଵିକେଟ୍‌ ନେଇଥିଲେ।

ଜବାବରେ କେନ୍ଦ୍ରାପଡ଼ା ଦଳ ୧୮.୩ ଓଭରରେ ୧୬୯ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଇମ୍ରାନ୍‌ ଖାଁ ୯୪ ଓ ରାକେଶ ପାତ୍ର ୨୫ ରନ୍‌ କରିଥିଲେ। ବିପକ୍ଷ ଦଳର ସଂଜୟ ସିଂ ୩ ଓ ଅମିତାଭ ଦାସ ୨ ଓ୍ଵିକେଟ୍‌ ନେଇଥିଲେ। ବିଜୟୀ ଦଳର ସତ୍ୟନାରାୟଣ ଜିଉଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। ନିକୁଂଜ ଦାସ ଓ ଦେବରାଜ ଦାସ ଖେଳ ପରିଚାଳନା କରିଥିଲେ। ସୁମନ ବେହେରା, ଦିବ୍ୟରଂଜନ ରାଉତ ସ୍କୋର୍‌ରେ ସହଯୋଗ କରିଥିଲେ। ମଙ୍ଗଳବାର ପ୍ରଥମ ସେମି ଫାଇନାଲ କଟକର ୟୁନିୟନ ସ୍ଫୋର୍ଟିଂ ଓ ବାରିପଦାର କଳିଙ୍ଗ କ୍ରିକେଟ୍‌ କ୍ଲବ୍‌ ମଧ୍ୟରେ ହେବ।

ସମ୍ବନ୍ଧିତ ଖବର