ଭୁବନେଶ୍ବର: ରାଜ୍ୟ ସଚିବାଳୟ ବ୍ୟାଡ୍ମିଣ୍ଟନ୍ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ସାଇ ଆଞ୍ଚଳିକ ବ୍ୟାଡ୍ମିଣ୍ଟନ୍ ଏକାଡେମିରେ ଶୁକ୍ରବାରଠୁ ରାଜ୍ୟ ମାନ୍ୟତା ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନ ୧୭ ବର୍ଷରୁ କମ୍ ବାଳକ ଏକକରେ ନନ୍ଦିଶ ପୋଦ୍ଦାର, ଭିନିତ ସାହୁ, ଜନ୍ମେଜୟ ଗୁରୁ, ପ୍ରିୟାଂଶୁ ମହାନ୍ତି, ଅଭିଜିତ ମହାରଣା, ଅନୁଭବ ସାହୁ, ଆର୍ଯ୍ୟ ମାଝୀ, ୟଶରାଜ ବିଶ୍ବାଳ, ଅମିୟ କୁମାର ନାୟକ, ତୌଶିଫ ସାନ, ମହେଶ୍ବର ସ୍ବାଇଁ, ଅମ୍ରିତ ମହାନ୍ତି, ଅନିର୍ବାଣ ସାମନ୍ତ, ଅମନଦୀପ ଦାସ, ସ୍ବରାଜ ଓରାମ, ଆୟୁଷ ଦାସ ବିଜୟୀ ହୋଇ ପରବର୍ତୀ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ମହିଳା ଏକକରେ କ୍ରିଷ୍ଣିକା ବିରୋକ, ଅପରାଜିତା ପତି, ଶ୍ରେୟା ବିଶ୍ବାଳ, ଲକ୍ଷ୍ମୀ ପ୍ରିୟଦର୍ଶନୀ, ହର୍ଷିତା ରାଉତ, ଜୟଶ୍ରୀ ମହାନ୍ତି, ଆକାଂକ୍ଷା କୁରେ, ପ୍ରଶଂସା ଦାସ ନିଜ ନିଜ ମ୍ୟାଚ୍ ଜିତି କ୍ବାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଥିଲେ। ଉଦ୍ଘାଟନୀ ଉତ୍ସବରେ ଓଡ଼ିଶା ଶିଳ୍ପସଂସ୍ଥାର ନିର୍ଦେଶକ ପ୍ରଣବ ଜ୍ୟୋତି ନାଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସଂଘର କାର୍ଯକାରୀ ସଭାପତି ଉମାଶଙ୍କର ମହାପାତ୍ର, ଆୟୋଜକ ସମିତିର ଅଧ୍ୟକ୍ଷ ପ୍ରିୟଦର୍ଶୀ ମହାପାତ୍ର, ସଂଘର ସାଧାରଣ ସମ୍ପାଦକ ଚିତ୍ତରଂଜନ ରାଉତ, ଉପସଭାପତି ବିଶ୍ବଜିତ ମହାନ୍ତି, କ୍ରୀଡ଼ା ନିର୍ଦେଶକ ଶଶାଙ୍କ ଶେଖର ମହାପାତ୍ର, କୋଷାଧ୍ୟକ୍ଷ ବରେଶ ନାଥ ପ୍ରଧାନ ଉପସ୍ଥିତ ଥିଲେ।
ରାଜ୍ୟ ମାନ୍ୟତା ବ୍ୟାଡ୍ମିଣ୍ଟନ୍ ଆରମ୍ଭ
/sambad/media/post_attachments/wp-content/uploads/2019/02/Untitled-5-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)