ଅଗଷ୍ଟ ୧ରୁ ରାଜ୍ୟସ୍ତରୀୟ ବାସ୍କେଟବଲ୍‌

କଟକ: ପ୍ୟାରେଣ୍ଟ୍ସ ବାସ୍କେଟବଲ ୟୁନିଅନ୍‌-୨ ଓ ଏଣ୍ଟରଟେନର ବାସ୍କେଟବଲ କ୍ଲବ୍‌ ମିଳିତ ଆନୁକୂଲ୍ୟରେ ଆସନ୍ତା ଅଗଷ୍ଟ ୧ ତାରିଖରୁ ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଉପ କନିଷ୍ଠ ବାସ୍କେଟବଲ ପ୍ରତିଯୋଗିତା ଆୟୋଜିତ ହେବ। ଏହି ପ୍ରତିଯୋଗିତାରେ ଉଭୟ ବାଳକ ଓ ବାଳିକା ବର୍ଗରୁ ମୋଟ ୩୮ ଦଳ ଅ˚ଶଗ୍ରହଣ କରୁଥିବା ରାଜ୍ୟ ବାସ୍କେଟବଲ୍‌ ସ˚ଘରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ପାଖାପାଖି ୧୨୦୦ ଖେଳାଳି ଯୋଗଦେବେ। ଆୟୋଜକଙ୍କ ପକ୍ଷରୁ ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା ମାଗଣାରେ କରାଯାଇଛି। ପ୍ରତିଯୋଗିତା ପାଇଁ ୧୦ ଲକ୍ଷ ଟଙ୍କାର ଅଟକଳ କରାଯାଇଥିବା ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ୟାରେଣ୍ଟ୍ସ ବାସ୍କେଟବଲ ୟୁନିଅନ୍‌ର ସଭାପତି ସରୋଜ କୁମାର ଜେନା, ଉପ ସଭାପତି ମାନସ ର˚ଜନ ଦାସ, ସାଧାରଣ ସମ୍ପାଦକ ମମତା ମିଶ୍ର, କୋଷାଧ୍ୟକ୍ଷ ଅନନ୍ତ କୁମାର ନାୟକ, ଉପଦେଷ୍ଟା ବିବି ମିଶ୍ର, ଏଣ୍ଟରଟେନର କ୍ଲବ୍‌ ସମ୍ପାଦକ ଏନ୍‌ବି ଯାଦବ ଓ ଜାତୀୟ ଖେଳାଳି ଗୌତମ ଗଜପତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର